ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦ୍ରାପଡାରେ ନବୀନଙ୍କ ପ୍ରଚାର: ନାଁ ନ ନେଇ ପୂର୍ବତନ ସାଂସଦଙ୍କୁ ଜୋରଦାର ଟାର୍ଗେଟ

୧୦ ବର୍ଷ ପାଇଁ ସାଂସଦ ରହି ନିଜ କମ୍ପାନୀ ସ୍ୱାର୍ଥ ପାଇଁ କାମ କରୁଥିଲେ

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର  । ନାଁ ନ ନେଇ ପୂର୍ବତନ ସାଂସଦଙ୍କୁ ଜୋରଦାର ଟାର୍ଗେଟ  । କେନ୍ଦ୍ରାପଡାର ଜଣଙ୍କୁ ୧୦ ବର୍ଷ ସାଂସଦ କଲି । ସେ ନିଜ କମ୍ପାନୀକୁ ଲାଭ ଦେଇ ମୋ ସହ ଓ କେନ୍ଦ୍ରାପଡାବାସୀଙ୍କ ସହ ବିଶ୍ବାସଘାତକତା କରିଥିବା ପ୍ରଚାର ବେଳେ କହିଲେ ନବୀନ ।

ଏଥର ଯୋଡି ଶଙ୍ଖରେ ଭୋଟ ଦେଇ ଉପଯୁକ୍ତ ପ୍ରାର୍ଥୀ ବାଛିବାକୁ ନିର୍ବାଚନୀ ସଭାରେ ନିବେଦନ କଲେ ନବୀନ । ସେହିପରି କେନ୍ଦ୍ରାପଡା ପ୍ରତି ଥିବା ମୁଖ୍ୟମନ୍ତ୍ରୀଙ୍କ ସମର୍ପଣ ଭାବକୁ ଦର୍ଶାଇଛନ୍ତି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ  । କେନ୍ଦ୍ରାପଡାରେ ବିଶ୍ବର ବୃହତ ଇଣ୍ଡଷ୍ଟ୍ରି ନିପନ ଷ୍ଟିଲ ପ୍ରତିଷ୍ଠା ପାଇଁ ନବୀନଙ୍କ ପ୍ରଚେଷ୍ଟାକୁ ବର୍ଣ୍ଣନା କରିଛନ୍ତି ପାଣ୍ଡିଆନ  । ୮ ଘଣ୍ଟା ଧରି କିଭଳି ନବୀନ ବିମାନରେ ଯାତ୍ରା କରି ଜାପାନରେ ପହଞ୍ଚିଥିଲେ ସେ ନେଇ ମଧ୍ୟ କେନ୍ଦ୍ରାପଡାରେ କହିଛନ୍ତି ପାଣ୍ଡଆନ ।

ସେ ଆହୁରି କହିଛନ୍ତି ଯେ ସାଂସଦ ହେବା ପରେ ତାଙ୍କ ଘରୋଇ କମ୍ପାନୀର କେତେ ପରିମାଣର ଲାଭ ହୋଇଛି ? ପାର୍ଲାମେଣ୍ଟ ଫାଇନାନ୍ସ କମିଟିରେ ସଦସ୍ୟ ଥିବାବେଳେ ନିଜ କମ୍ପାନୀର ହଜାର ହଜାର ଟଙ୍କାର ଲୋନ୍‌ ଛାଡ କରିଥିଲେ । ନିଜ ପାଇଁ ରେଲୱେ ସାଇଡିଂ ଆଣି ପୂର୍ବତନ ସାଂସଦ କେନ୍ଦ୍ରାପଡାକୁ ଭୁଲିଗଲେ।

ତେବେ ପାର୍ଲାମେଣ୍ଟ ଫାଇନାନ୍ସର କମିଟିର ସଭାପତି ଦାୟିତ୍ବ ନ ମିଳିବା ପରେ  ସେଥିପାଇଁ ସେ ରାଗ ରଖି ନବୀନଙ୍କୁ ନେଇ ଗୁଜବ ସୃଷ୍ଟି କଲେ  । ନିଜ ଘରୋଇ ଟିଭି ଚ୍ୟାନେଲରେ ନବୀନ ଅସୁସ୍ଥତା ଥିବା ନେଇ ଖବର ପ୍ରସାରଣ କଲେ । ୨୦୧୫ ମସିହାରୁ ନବୀନ ଅସୁସ୍ଥ ଥିବା ନେଇ ଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କୁ ପୂର୍ବତନ ସାଂସଦ ବୁଲି ବୁଲି କହିଥିବା କହିଛନ୍ତି ପାଣ୍ଡିଆନ୍‌  ।

Leave A Reply

Your email address will not be published.