ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆରମ୍ଭ ହେଲା ସହିଦନଗର ସ୍ଥିତ ମଲ୍ଟି ଲେବେଲ କାର ପାର୍କିଂ

ଭୁବନେଶ୍ବର : ଆରମ୍ଭ ହୋଇଛି ରାଜଧାନୀର ଭୁବନେଶ୍ବର ଶହୀଦ ନଗର ସ୍ଥିତ ମଲ୍ଟି ଲେବେଲ କାର ପାର୍କିଂ। ଏହି ଅତ୍ୟାଧୁନିକ ବହୁତଳ କାର ପାର୍କିଂରେ ଭୂତଳରେ ୨ଟି ଓ ଉପର ମହଲାରେ ୩ଟି ମୋଟ ୫ଟି ଫ୍ଲୋରରେ ଯାନବାହନ ପାର୍କିଂ କରିବାର ବ୍ୟବସ୍ଥା ରହିଛି । ମଲ୍ଟି ଲେବେଲ କାର ପାର୍କିଂରେ ୧୯୬ଟି ୪ ଚକିଆ ଓ ୩୯୮ଟି ମୋଟର ସାଇକେଲ ପାର୍କିଂ କରିବାର କ୍ଷମତା ରହିଛି। ଆଗାମୀ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଏହା ଉଦଘାଟନ ହେବାର ସମ୍ଭାବନା ରହିଥିବା ବେଳେ ଆଗୁଆ କାର୍ଯ୍ୟ ଆରମ୍ଭ କରାଯାଇଛି।

ଶହୀଦ ନଗର ସ୍ଥିତ ମଲ୍ଟି ଲେବେଲ କାର ପାର୍କିଂ ପାଇଁ ୧୦୮କୋଟି ଖର୍ଚ୍ଚ କରାଯାଇଛି। ବନାରସର ମଲ୍ଟିପ୍ଲେକ୍ସ ନାମକ ଏକ କମ୍ପାନୀକୁ ୫ବର୍ଷ ପାଇଁ ଏହାକୁ ଲିଜ ସୂତ୍ରରେ ଦିଆଯାଇଛି। ଏଠାରେ ମୋଟର ସାଇକେଲ ପାର୍କିଂ ପାଇଁ ଘଣ୍ଟା ପ୍ରତି ୧୦ଟଙ୍କା ଓ ଚାରି ଚକିଆ ଯାନ ପାଇଁ ୪୦ଟଙ୍କା ଦେୟ ଦେବାକୁ ପଡ଼ିବ।ଅଧିକ ସମୟ ପାଇଁ ଗାଡି ମାଲିକଙ୍କୁ ଅଧିକ ଦେୟ ଦେବାକୁ ପଡିବ।ଏଥିରେ ସିସିଟିଭି ସହିତ ଅଗ୍ନି ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥା ରହିଛି।

ଅନ୍ୟପଟେ ଖୁବଶୀଘ୍ର ରାଜମହଲ ଛକ ସ୍ଥିତ ସହରର ଦ୍ବିତୀୟ ମଲ୍ଟି ଲେବେଲ ପାର୍କିଂ ବା ସ୍ମାର୍ଟ ପାର୍କିଂ ମଧ୍ୟ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଖୋଲାଯିବ। ସେଥିରେ ୪୫୦ଟି କାର ଓ ୩୫୦ଟି ବାଇକ ରହିବାର ବ୍ୟବସ୍ଥା ରହିଛି । ଉଭୟ ବହୁତଳ ପାର୍କିଂ କାର୍ଯ୍ୟକାରୀ ହେଲେ ରାଜଧାନୀର ଟ୍ରାଫିକ ସମସ୍ୟାରେ ସୁଧାର ଆସିବ । ଏହା ସହ ରାସ୍ତାକଡ଼ରେ ପାର୍କିଂ ଉପରେ ରୋକ ଲଗାଯିବ। ପୂର୍ବରୁ ନନ୍ଦନକାନନରେ ଅନୁରୂପ ବହୁତଳ ପାର୍କିଂ କାର୍ଯ୍ୟକ୍ଷମ ହୋଇସାରିଛି। ୩୫କୋଟିରୁ ଅଧିକ ବଜେଟରେ ନିର୍ମିତ କରାଯାଇଛି ଏହି ମଲ୍ଟି ପାର୍କିଂ ସ୍ଥଳ । ୪ମହଲା ବିଶିଷ୍ଟ ପାର୍କିଂ ସ୍ଥଳରେ ୫୮୩ଟି ଚାରିଚକିଆ ଯାନ ଓ ୨ହଜାର ଦୁଇଚକିଆ ଯାନ ରହିବାର ସୁବିଧା କରାଯାଇଛି ।

Leave A Reply

Your email address will not be published.