ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୁନ ୧ସୁଦ୍ଧା କେରଳ ଛୁଇଁବ ମୌସୁମୀ, ରାଜ୍ୟରେ କାଲିଠୁ ବଢିବ ତାତି

ନୂଆଦିଲ୍ଲୀ: ଚଳିତ ବର୍ଷ ଆଗାମୀ ୫ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ। ଜୁନ ୧ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ପାଗ ଅନୁକୂଳ ଥିବାରୁ ନିର୍ଦ୍ଧାରିତ ସମୟରେ ମୌସୁମୀ କେରଳ ଛୁଇଁପାରେ। ସେପଟେ କାଲିଠୁ ରାଜ୍ୟରେ ପୁଣି ବଢିବ ତାତି। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବ। ତାତି ବଢ଼ିଲେ ବି ୫ ଦିନ ମଧ୍ୟରେ ହିଟୱେଭ୍ ସମ୍ଭାବନା ନାହିଁ। କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ସମ୍ଭାବନା ରହିଛି। ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Leave A Reply

Your email address will not be published.