ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଷ୍ଟ୍ରୋକ୍‌ ପୂର୍ବବର୍ତ୍ତୀ ସୂଚନା ଦେବ ମୋବାଇଲ୍‌ ଆପ୍‌

ଷ୍ଟ୍ରୋକ୍‌ ହେବା ପୂର୍ବରୁ ଏହାର ଲକ୍ଷଣଗୁଡ଼ିକ ଜଣାପଡ଼ିଗଲେ, ତା’ ପାଇଁ ସଠିକ୍‌ ଚିକିତ୍ସା କରାଯାଇ ପାରନ୍ତା। ସଠିକ୍‌ ସମୟରେ ସଠିକ୍‌ ଚିକିତ୍ସା ଦ୍ବାରା ଅନେକ ଲୋକଙ୍କ ଜୀବନ ବଞ୍ଚିପାରିବ। ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଏବେ ଏକ ନୂଆ ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରାଯାଇଛି। ଏହାର ନାମ ରଖାଯାଇଛି ଫାଷ୍ଟ୍‌.ଏଆଇ। ଏହାଦ୍ବାରା ଷ୍ଟ୍ରୋକ୍‌ର ଲକ୍ଷଣଗୁଡ଼ିକ ବହୁ ପୂର୍ବରୁ ଜଣାପଡ଼ିବ ଏବଂ ଚିକିତ୍ସା ସମ୍ପର୍କିତ ସୂଚନା ମଧ୍ୟ ମିଳିବ।

ବୈଜ୍ଞାନିକଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ଆପ୍‌, ଲର୍ଣ୍ଣିଂ ଆଲ୍‌ଗୋରିଦିମ୍‌ କୌଶଳର ଉପଯୋଗ କରି ଚେହେରାର ଭାବଭଙ୍ଗୀ, ହାତ ସ୍ନାୟୁର ଦୁର୍ବଳତା ଏବଂ କଥାଶୈଳୀକୁ ଲକ୍ଷ୍ୟ କରି ଷ୍ଟ୍ରୋକ୍‌ର ସୂଚନା ଦେଇଥାଏ। ଏହି ଆପ୍‌ ଚେହେରାର ୬୮ ପ୍ରକାର ଭାବଭଙ୍ଗୀ ସମ୍ପର୍କରେ ଜାଣିପାରିବ। ଏଥିପାଇଁ ଆପ୍‌ ଦ୍ବାରା ବ୍ୟକ୍ତିର ଚେହେରାର ଏକ ଭିଡିଓ ପ୍ରସ୍ତୁତ ହୋଇଥାଏ। କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ନ୍ୟୁାରୋଲୋଜିଷ୍ଟ୍‌ଙ୍କ କହିବା ଅନୁସାରେ ଏହି ଆପ୍‌ ଦ୍ବାରା ତୀବ୍ର ଷ୍ଟୋକ୍‌ର ପୂର୍ବ ସୂଚନା ମଧ୍ୟ ମିଳିପାରିବ। ଏହି ଆପ୍‌କୁ ୨୭୦ ଜଣ ବ୍ୟକ୍ତିଙ୍କ ଉପରେ ପରୀକ୍ଷା କରାଯାଇଥିଲା ଏବଂ ସେମାନଙ୍କର ରିପୋର୍ଟ ପଜିଟିଭ୍‌ ଥÒଲା। ତେଣୁ ଷ୍ଟ୍ରୋକ୍‌ ନହେବା ପାଇଁ ସେମାନେ ଚିକିତ୍ସିତ ହୋଇଥିଲେ। ଷ୍ଟ୍ରୋକ୍‌ ହେବା ପୂର୍ବରୁ ଚେହେରାର ଲକ୍ଷଣକୁ ଏହି ଆପ୍‌ ଦ୍ବାରା ୧୦୦% ଠିକ୍‌ ଚିହ୍ନଟ କରାଯାଇ ଥିବାବେଳେ ଦୁଇ-ତୃତୀୟାଂଶରୁ ଅଧିକ ଲୋକଙ୍କ ହାତ ସ୍ନାୟୁର ଦୁର୍ବଳତାକୁ ଦର୍ଶାଯାଇଥÒଲା।

Leave A Reply

Your email address will not be published.