ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଲିସ କବଜାରେ ମୋ ବସ୍ ଲୁଟେରା‌ ଗ୍ୟାଙ୍ଗ, ୫ ଗିରଫ

ଭୁବନେଶ୍ବର: ମୋ ବସ୍ ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଲା ନୟାପଲ୍ଲୀ ଥାନା ପୁଲିସ। ମୋ ବସରେ ଚଢ଼ୁଥିବା ଯାତ୍ରୀଙ୍କ ଠାରୁ ଭିଡ଼ର ସୁଯୋଗ ନେଇ ମୋବାଇଲ, ଟଙ୍କା, ବ୍ୟାଗ ନେଇ ଛୁ ମରୁଥିଲେ। ସିଆରପିଏଫ ବସ୍ ଷ୍ଟପରେ ପକେଟମାର ଓ ମୋବାଇଲ ଚୋରି କରୁଥିବା ବେଳେ ପୁଲିସ ସାଧା ପୋଷାକରେ ଯାଇ ଗ୍ୟାଙ୍ଗକୁ ଧରିଥିଲା। ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି ପୁଲିସ। ତଦନ୍ତ ସମୟର ସେମାନଙ୍କ ଠାରୁ ମୋବାଇଲ ଓ ଟଙ୍କା ଜବତ କରିଛି। ୫ ଜଣ ଲୁଟେରାଙ୍କ ଠାରୁ ୫ ମୋବାଇଲ, ୨୦ ହାଜର ଟଙ୍କା ଜବତ କରିଛି ପୁଲିସ । କଟକ ଭୁବନେଶ୍ବରରେ ଚାଲୁଥିବା ମୋ ବସରେ ଚଢି ଲୁଟ୍ କରୁଥିଲେ ଗ୍ୟାଙ୍ଗ। ଲୁଟ୍ ପରେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ପଳେଇ ଯାଉଥିଲେ ବୋଲି  ଏସିପି ଜୋନ୍-୫ର ଗୌତମ କିଷାନ ସୂଚନା ଦେଇଛନ୍ତି।।

ସୂଚନା ଯୋଗ୍ୟ ଯେ, ନୟାପଲ୍ଲୀ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଙ୍ଗ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ନାବାର୍ଡ ବସ ରହଣି ସ୍ଥଳ ନିକଟରେ ଅଭିଯୁକ୍ତ ମାନେ କୃତ୍ରିମ ଭିଡ ସୃଷ୍ଟି କରି ବସ ଯାତ୍ରୀ ମାନଙ୍କ ନିକଟରୁ ମୋବାଇଲ ଫୋନ ଏବଂ ମନିପର୍ସ ଲୁଟ କରୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ହସ୍ତଗତ ହୋଇଥିଲା। ମିଳିଥିବା ଏହି ସୂଚନାକୁ ଆଧାର କରି ପେଟ୍ରୋଲିଙ୍ଗ ଟିମ ନାବାର୍ଡ ବସ ରହଣି ସ୍ଥଳରେ ଅତର୍କିତ ଚଢଉ କରିବା ସହିତ ନିମ୍ନୋକ୍ତ ପାଞ୍ଚଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତ ମାନଙ୍କର ତଲାସି ବେଳେ ପୁଲିସ ପ୍ରତ୍ଯେକଙ୍କ ନିକଟରୁ ଗୋଟିଏ ଲେଖାଏଁ ହିସାବରେ ମୋଟ ୫ଟି ମୋବାଇଲ ଫୋନ, ଏବଂ ପ୍ରତ୍ଯେକଙ୍କ ନିକଟରୁ ୪୦୦୦ ଟଙ୍କା ହିସାବରେ ମୋଟ ୨୦,୦୦୦ ଟଙ୍କା ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ମାନେ ଗତ ୨୧ ତାରିଖ ଦିନ ଉକ୍ତ ବସ ରହଣି ସ୍ଥଳରୁ ମୋଟ ୫୦,୦୦୦ ଟଙ୍କା ଲୁଟ କରିଥିବା ବେଳେ, ମୋବାଇଲ ଫୋନ ଗୁଡିକୁ ସେମାନେ ଭୁବନେଶ୍ଵରର ବିଭିନ୍ନ ମୋ-ବସ ରହଣି ସ୍ଥଳ ନିକଟରୁ ଲୁଟ କରିଥିବା କଥା ସ୍ଵୀକାର କରିଥିଲେ।

Leave A Reply

Your email address will not be published.