ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ସରକାର ଆଣିଲେ ନୂଆ ଚିଠା ନିୟମ, ମତଦାନ କେନ୍ଦ୍ରରେ ନୁହେଁ, କାଉଣ୍ଟିଂ ସେଣ୍ଟରରେ ହେବ ଭୋଟ ଗଣତି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ସରକାର ଆଣିଲେ ନୂଆ ଚିଠା ନିୟମ । ଏହି ନୂଆ ଡ୍ରାଫ୍ଟ ପଲିସି ଅନୁସାରେ ବିଜ୍ଞପ୍ତିର ୧୫ ଦିନ ମଧ୍ୟରେ ଜନସାଧାରଣ ନିଜ ନିଜର ବହୁମୂଲ୍ୟ ଆପତ୍ତି ଅଭିଯୋଗ କରିପାରିବେ । ପୂର୍ବରୁ ବୁଥ ସ୍ତରରେ ଭୋଟ ଗଣତି ହେଉଥିବା ବେଳେ ଏବେ ବ୍ଲକରେ ଭୋଟ ଗଣତି ହେବ ବୋଲି ନୂଆ ନିୟମରେ ଦର୍ଶାଯାଇଛି । ପଞ୍ଚାୟତ ନିର୍ବାଚନରେ ହିଂସା ରୋକିବାକୁ ଆସିପାରେ ନୂଆ ନିୟମ । ପଞ୍ଚାୟତ ଭୋଟ ଗଣତି ନେଇ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ୩ଟି ଆଇନରେ ସଂଶଧୋନ କରିବାକୁ ଯାଇଛି ପଞ୍ଚାୟତରାଜ ବିଭାଗ । ଏନେଇ ବିଭାଗ ପକ୍ଷରୁ ଡ୍ରାଫ୍ଟ ପଲିସି (ଚିଠା ନିୟମ) ପ୍ରସ୍ତୁତ ହୋଇଛି ।

୩ଟି ଆଇନ ହେଉଛି ଓଡ଼ିଶା ଜିଲ୍ଲାପରିଷଦ ସଂଶଧୋନ ଆଇନ ୨୦୨୧, ଓଡ଼ିଶା ପଞ୍ଚାୟତ ସମିତି ସଂଶଧୋନ ସମିତି ଓ ଓଡ଼ିଶା ଗ୍ରାମପଞ୍ଚାୟତ ନିର୍ବାଚନ ସଂଶଧୋନ ଆଇନ ୨୦୨୧ । ଏନେଇ ୧୫ ଦିନ ମଧ୍ୟରେ ଲୋକମାନେ ସେମାନଙ୍କର ମତ ଦେବା ପାଇଁ ପଞ୍ଚାୟତରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଏଣିକି ମତଦାନ କେନ୍ଦ୍ରରେ ନୁହେଁ, କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି ହେବ । ବିଧାନସଭା ଓ ଲୋକସଭା ଭଳି ପଞ୍ଚାୟତ ଭୋଟ ଗଣତିରେ ଏହି ନିୟମ ଲାଗୁ ହେବ । ଗଣତି କେନ୍ଦ୍ରରେ ସମସ୍ତଙ୍କ ଉପସ୍ଥିତିରେ ବାଲାଟ୍ ବକ୍ସ ଖୋଲାଯିବ । ପୂର୍ବ ଭଳି ଆଉ ବୁଥରେ ଭୋଟ ଗଣତି ନହୋଇ ବ୍ଲକମାନଙ୍କରେ ହେବ । ପ୍ରାର୍ଥୀ ଓ ପୁଲିସ ଏଜେଣ୍ଟଙ୍କ ଉପସ୍ଥିତିରେ ବାଲାଟ୍ ବକ୍ସକୁ ସିଲ୍ କରାଯିବ । ଜିଲ୍ଲା ପରିଷଦ ନିର୍ବାଚନରେ ମଧ୍ୟ ଏହି ନୂଆ ନିୟମ ଲାଗୁ କରାଯିବ ବୋଲି କୁହାଯାଇଛି ।ସବୁ ପର୍ଯ୍ୟାୟର ଭୋଟ ହେବା ପରେ ଗଣତି ହେବ । ଗୋଟିଏ ଦିନରେ ଗଣନା ହେବ । ପ୍ରାର୍ଥୀଙ୍କ ଉପସ୍ଥିତିରେ ଭୋଟ ବାକ୍ସ ସିଲ କରାଯିବ । ସମସ୍ତ ବୁଥରୁ ଭୋଟ ବାକ୍ସ, ପରେ ବ୍ଲକକୁ ଅଣାଯିବ, ଭୋଟ ଗଣନା କେନ୍ଦ୍ରରେ ଏକ ନିର୍ଦ୍ଧାରିତ ତାରିଖରେ ଭୋଟ ଗଣତି ହେବ ବୋଲି ପଞ୍ଚାୟତିରାଜ ବିଭାଗର ଡ୍ରାଫ୍ଟ ନୋଟିଫିକେସନରେ ପ୍ରକାଶ ପାଇଛି ।ତେବେ ସୂଚନା ଥାଉ କି ପୂର୍ବରୁ ପଞ୍ଚାୟତରେ ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କ ଭୋଟ ଗଣତି ହେଉଥିଲା । ସେହିପରି ସମିତି ସଭ୍ୟଙ୍କ ବ୍ଲକ ଏବଂ ଜିଲ୍ଲା ପରିଷଦଙ୍କ ଭୋଟ ଗଣତି ଜିଲ୍ଲା କାର୍ଯ୍ୟାଳୟରେ ହେଉଥିଲା । କିନ୍ତୁ ବର୍ତ୍ତମାନ ବୁଥ ସ୍ତରରେ ହେଉଥିବା ଭୋଟ ଗଣତି ବ୍ଲକରେ କରାଯିବ ।

Leave A Reply

Your email address will not be published.