ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା: ବଡ଼ ଭାଇର କୋଦାଳ ଚୋଟରେ ସାନ ଭାଇର ମୃତ୍ୟୁ

ବଣାଇ: ବିଲ ହିଡକୁ କେନ୍ଦ୍ର କରି ରକ୍ତପାତ। ଭାଇ ନେଲା ଭାଇର ଜୀବନ। ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା ।  ବଡ଼ ଭାଇର କୋଦାଳ ଚୋଟରେ ସାନ ଭାଇର ମୃତ୍ୟୁ ଘଟିଛି । ଏପରି ଅମାନବୀୟ ଘଟଣା ଘଟିଯାଇଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ି ଥାନା ଅନ୍ତର୍ଗତ ଜୁନିଅନୀ ଗାଁରେ । ମୃତକ ହେଲେ ସାନ ଭାଇ ପ୍ରଧାନ ମୁଣ୍ଡା । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଟପିଆ ମୁଣ୍ଡାକୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଅନେକ ଦିନରୁ ଜମିବାଡ଼ିକୁ ନେଇ ଟପିଆ ମୁଣ୍ଡା ଓ ପ୍ରଧାନ ମୁଣ୍ଡାଙ୍କ ଭିତରେ ବିବାଦ ଥିଲା । ସାନ ଭାଇ ପ୍ରଧାନ ମୁଣ୍ଡା ନିଜ ବିଲରେ ହିଡ଼ ଦେଉଥିବା ବେଳେ ବଡ଼ଭାଇ ଜମିରେ କାଦୁଅ ପଡ଼ିଥିଲା । ଏହାକୁ କେନ୍ଦ୍ର ଦୁଇ ଭାଇଙ୍କ ଭିତରେ ଝଗଡ଼ା ହୋଇଥିଲା। ଉତ୍ୟକ୍ତ ବଡ଼ଭାଇ ଟପିଆ ମୁଣ୍ଡା ସାନ ଭାଇକୁ କୋଦାଳରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ପ୍ରଧାନ ମୁଣ୍ଡାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର  ଡାଙ୍କୁ ମୃତ ଘୋଷଣା କରିଥିଲେ।

 

Leave A Reply

Your email address will not be published.