ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଲିସ ପଞ୍ଝାରେ କେବିଏନ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା

ଭୁବନେଶ୍ୱର: ପୁଲିସ ପଞ୍ଝାରେ ବହୁଚର୍ଚ୍ଚିତ କେବିଏନ ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା । ବୁବୁକୁ ନୟାପଲ୍ଲୀ ଥାନା ପୁଲିସ ଗିରଫ କରିଛି । ଭୁବନେଶ୍ୱରର ଡେଲଟା ଅଞ୍ଚଳରୁ ବୁବୁ ଜେନାକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ମାରଣାସ୍ତ୍ର ଧରି ଭିଡ଼ିଓ ଭାଇରଲ କରିବା ଓ ଲୋକଙ୍କୁ ଭୟଭୀତ କରିବା ଅଭିଯୋଗରେ ବୁବୁକୁ ଖୋଜୁଥିଲା ପୁଲିସ । କେବିଏନ ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନାକୁ ଗିରଫ କରିବା ପୂର୍ବରୁ ଏହି ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିସାରିଥିଲା ପୁଲିସ ।

କେବିଏନ୍ ଗ୍ୟାଙ୍ଗ ରାଜଧାନୀ ରାଜରାସ୍ତାରେ ଖଣ୍ଡା ବୁଲାଇ ବାଇକ୍ ଓ କାରରେ ଷ୍ଟଣ୍ଟ କରି ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ୍ କରିବା ପରେ ପୁଲିସର ନିଦ ହଜିଯାଇଥିଲା । ଗ୍ୟାଙ୍ଗ୍‌ରେ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି କମିସନରେଟ ପୁଲିସର ସ୍ଵତନ୍ତ୍ର ଟିମ୍ ଚଢ଼ାଉ ଜାରି ରଖିଥିଲେ। ତେବେ ଭାଇରାଲ ହୋଇଥିବା ଭିଡିଓରେ ବ୍ୟବହୃତ ଖଣ୍ଡାକୁ ମଧ୍ୟ ଜବତ କରିଛି ପୋଲିସ । କେବିଏନ ଗ୍ୟାଙ୍ଗର କିଛି ଯୁବକ ଟାଉନ ଟାଇଗର ନାମରେ ଏକ ଗ୍ରୁପ ତିଆରି କରିଥିଲେ। ଦାଦାବଟି ଓ ଦାଦାଗିରି କରି ପତିଆର ଜାହିର କରିବା ଗ୍ୟାଙ୍ଗର ମୁଖ୍ୟ ଲକ୍ଷ୍ୟ ଥିଲା । ସନିଆ ଓରଫ ସନାତନ ଥିଲା ଗ୍ରୁପ ଆଡମିନ୍ । ପୁଲିସର ଆକ୍ସନ ପରେ ଗ୍ରୁପରୁ ଅନେକ ଯୁବକ ଲେଫ୍ଟ ହୋଇଯାଇଥିଲେ । ଲେଫ୍ଟ ହୋଇଥିବା ଯୁବକଙ୍କୁ ଖୋଜୁଛି ପୁଲିସ । ୨୯ ଜଣକ ଯୁବକଙ୍କ ନାମରେ ମାମଲା ରୁଜୁ କରି ଖୋଜୁଛି ପୁଲିସ ।

 

Leave A Reply

Your email address will not be published.