ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜିଲ୍ଲାପରିଷଦ ବୈଠକରେ କଣ୍ଟାବାଞ୍ଜି ବିଧାୟକ ଜିଲ୍ଲାପାଳ ମୁହାଁମୁହିଁ

ବଲାଙ୍ଗୀର: ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁବାର ଜିଲ୍ଲାପରିଷଦ ବୈଠକ ଚାଲିଥିବା ବେଳେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଜିଲ୍ଲାପାଳ ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି। ବିଜୁ କେବିକେରେ ବ୍ଲକ ଫଣ୍ଡ କାଟିଦେବା ବିଷୟରେ କଣ୍ଟାବାଞ୍ଜି ବିଧାୟକ ଓ ଜିଲ୍ଲାପାଳ କଥାକଟାକଟି । ବୈଠକରେ ମନ୍ତ୍ରୀ ଟୁକୁନି ସାହୁ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସହ ଅନ୍ୟ ଜନପ୍ରତିନିଧି ଉପସ୍ଥିତ ଥିଲେ।

କିଛି ସମୟ ପର୍ଯ୍ୟନ୍ତ ସ୍ଥତି ତ୍ତେଜନାପୂର୍ଣ୍ଣ ରହିଥିଲା। ଜିଲ୍ଲାପାଳ ନିଜ ପିଏସଓଙ୍କୁ ଡାକିବାରୁ ତାହାକୁ ନେଇ ମଧ୍ୟ ରାଗି ଯାଇ ନିଜ ପିଏସଓକୁ ଡାକି ଥିଲେ ବିଧାୟକ। ଯାହାକୁ ନେଇ ସରଗରମ ରହିଥିଲା ବୈଠକ। ତେବେ ରାଜ୍ୟ ସରକାରଙ୍କ ଠାରୁ ଆବଣ୍ଟନ ହେଉଥିବା ୧୨୦ କୋଟି ଟଙ୍କା ବଲାଙ୍ଗୀର ଜିଲ୍ଳାକୁ ଆସୁଛି ହେଲେ ତାହାର ଅଧାଟଙ୍କା ମଧ୍ୟ ଦେଉନାହିଁ ଜିଲ୍ଲା ପ୍ରଶାସନ। ବାରମ୍ବାର ବିଭିନ୍ନ କାମକୁ ଭାଙ୍ଗି ପୁନର୍ବାର କରି ଟଙ୍କା ହେରଫେର କରୁଛି ବୋଲି ଅଭିଯୋଗ ଆଣିଛନ୍ତି ଜିଲ୍ଲାପରିଷଦ ସଦସ୍ୟ ଓ ବିଧାୟକ।

Leave A Reply

Your email address will not be published.