ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଷ୍ଟିସ ଜସୱନ୍ତ ସିଂହ ହେବେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ : ଜଷ୍ଟିସ ଜସୱନ୍ତ ସିଂହ ହେବେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି। ମୁଖ୍ୟ ବିଚାରପତି ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ଏହି ନିଷ୍ପତ୍ତି ନେଇଛି। ଜଷ୍ଟିସ ଜସୱନ୍ତ ସିଂହ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି।

ଜଷ୍ଟିସ ଜସୱନ୍ତ ସିଂହ ଫେବୃଆରୀ ୨୩, ୧୯୬୧ରେ ରୋହତକରେ ଜନ୍ମଗ୍ରହଣ କରିଥିଲେ। ସେ ୫ ଡିସେମ୍ବର ୨୦୦୭ ରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ବିଚାରପତି ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ଜଷ୍ଟିସ ଜସୱନ୍ତ ସିଂହ ଅକ୍ଟୋବର ୮, ୨୦୨୧ ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଏସ ମୂରଲୀଧରଙ୍କୁ ମାଦ୍ରାସ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ଗତକାଲି ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତଙ୍କ ନେତୃତ୍ଵାଧୀନ ସୁପ୍ରିମକୋର୍ଟର କଲେଜିୟମ ମୂରଲୀଧରଙ୍କୁ ମାଦ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି।ବିଚାରପତି ମୂରଲୀଧରଙ୍କୁ ୨୦୦୬ ମେରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ପରେ ୨୦୨୦ ମାର୍ଚ୍ଚ ୬ରେ ତାଙ୍କୁ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟକୁ ବଦଳି କରାଯାଇଥିଲା। ସେ ୨୦୨୧ ଜାନୁଆରୀ ୪ରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିଲେ।

Leave A Reply

Your email address will not be published.