ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲୋହିଆ ଏକାଡ଼େମୀରେ ହେତୁବାଦୀ ଓ ପରମ୍ପରାବାଦୀ ଝଗଡା ଘଟଣା, ୮ ଗିରଫ

ଭୁବନଶ୍ବର: ଲୋହିଆ ଏକାଡ଼େମୀରେ ହେତୁବାଦୀ ଓ ପରମ୍ପରାବାଦୀ ଝଗଡା ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେତୁବାଦୀଙ୍କୁ ପୁଲିସ ଉପସ୍ଥିତିରେ ଆକ୍ରମଣ କରାଯାଇଥିଲା । ଘଟଣାରେ ଆଉ କିଛି ଫେରାର ଥିବା ସୂଚନା ।

ସୂଚନା ଅନୁଯାୟୀ, ଗତକାଲି ଚନ୍ଦ୍ରଗ୍ରହଣରେ ସାମୂହିକ ଭୋଜନକୁ କେନ୍ଦ୍ରକରି ହେତୁବାଦୀ ଏବଂ ପରମ୍ପରାବାଦୀ ଆଜି ମୁହାଁମୁହିଁ ହୋଇଥିଲେ। ଚନ୍ଦ୍ରଗ୍ରହଣକୁ ଅନ୍ଧବିଶ୍ୱାସ ବୋଲି ପ୍ରମାଣିତ କରିବାକୁ ହେତୁବାଦୀଙ୍କ ପକ୍ଷରୁ ଲୋହିଆ ଏକାଡେମୀରେ ଏକ ଆଲୋଚନାଚକ୍ର ଓ ସାମୂହିକ ଭୋଜନର ଆୟୋଜନ କରାଯାଇଥିଲା। ତେବେ ସେମାନଙ୍କର ଏଭଳି କାର୍ଯ୍ୟକ୍ରମ ସମ୍ପର୍କରେ ଖବର ପାଇଥିଲେ ପରମ୍ପରାବାଦୀ। ସେମାନେ ସଦଳବଳ ଲୋହିଆ ଏକାଡେମୀରେ ପହଞ୍ଚି ଘଣ୍ଟ ବଜାଇ ପ୍ରତିବାଦ କରିଥିଲେ। କାର୍ଯ୍ୟକ୍ରମସ୍ଥଳକୁ ଅଟୋରେ ଲଦାହୋଇ ବିରିୟାନୀ ଆସିବା ପରେ ପରମ୍ପରାବାଦୀମାନେ ପାଚେରି ଡେଇଁ ଭିତରକୁ ପଶିଥିଲେ। ପରେ ସେଠାରେ ଦୁଇପକ୍ଷ ମୁହାଁମୁହିଁ ହୋଇଥିଲେ। ହେତୁବାଦୀ ଓ ପରମ୍ପରାବାଦୀଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଉଭୟ ଗୋଷ୍ଠୀ ପରସ୍ପରକୁ ବିଧା, ଗୋଇଠା ମାରିବା ସହିତ ଗୋବର ଓ ଢେଲାପଥର ମାଡ଼ କରିଥିଲେ। ଭିତରେ ଥିବା ଫୁଲକୁଣ୍ଡରେ ପରମ୍ପରାବାଦୀମାନେ ହେତୁବାଦୀଙ୍କୁ ପିଟିଥିଲେ। ଏପରିକି ବଗିଚା ପରିସରରେ ଦୁଇ ଗୋଷ୍ଠୀ ଗଡ଼ାତଡ଼ା ହୋଇଥିଲେ। ପୁଲିସ୍‍ ସେଠାରେ ଉପସ୍ଥିତ ଥିବା ସତ୍ତ୍ବେ ଏହାକୁ ସମ୍ଭାଳିବା କଷ୍ଟକର ହୋଇପଡ଼ିଥିଲା। ପରମ୍ପରାବାଦୀଙ୍କ ଟେକାପଥର ମାଡ଼ରେ ଜଣେ ହେତୁବାଦୀଙ୍କ ମୁଣ୍ଡ ଫାଟିଯାଇଥିଲା। ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ହେତୁବାଦୀଙ୍କୁ ଏକାଡେମୀ ଭିତରେ ପୂରାଇ ଗ୍ରିଲ୍‍ ଦେଇ ଦେଇଥିଲା। ଫଳରେ ପରମ୍ପରାବାଦୀମାନେ ଲୋହିଆ ଏକାଡେମୀର ଝରକାକୁ ଟେକାପଥର ମାଡ଼ କରିଥିଲେ। ଫଳରେ ଲୋହିଆ ଏକାଡେମୀର ଝରକା କାଚ ସାମଗ୍ରୀ ଭାଙ୍ଗି ଯାଇଥିଲା। ଏପରିକି ପରମ୍ପରାବାଦୀଙ୍କ ପକ୍ଷରୁ ବୋମାମାଡ଼ କରାଯାଇଥିବା ପୁଲିସ କହିଛି। ହେଲେ ତାହା ଫୁଟି ନ ଥିବା ହେତୁବାଦୀମାନେ ଅଭିଯୋଗ କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ପୁଲିସ ପରମ୍ପରାବାଦୀମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଲାଠିରେ ପଡ଼ିଥିଲା। ଫଳରେ ଯିଏ ଯୁଆଡ଼େ ପାଇଲେ ପଳାଇ ଯାଇଥିଲେ। ଏଭଳି ଗଣ୍ଡଗୋଳ ତଥା ହିଂସା ଭିଆଉଥିବା ୮ଜଣ ଯୁବକଙ୍କୁ ପୁଲିସ ଉଠାଇ ନେଇ ଥାନାରେ ଅଟକ ରଖିଥିଲା। ଘଟଣାସ୍ଥଳରୁ ଏକ ଅଫୁଟା ବୋମାକୁ ଜବତ କରିଛି। ଅପରପକ୍ଷେ ଲୋହିଆ ଏକାଡେମୀର ମ୍ୟାନେଜର୍‍ ଏନେଇ ଖାରବେଳ ନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା।

 

 

 

Leave A Reply

Your email address will not be published.