ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଘରର କେଉଁ ଦିଗରେ ନିର୍ମାଣ କରିବେ ଷ୍ଟୋର୍‌ରୁମ୍‌

ଯଦି ଘର ନିର୍ମାଣ କରିବା ସମୟରେ ସଠିକ୍ ସ୍ଥାନରେ ଷ୍ଟୋର ରୁମ୍ କରିନାହାନ୍ତି, ତେବେ ବାସ୍ତୁଦୋଷ ଉତ୍ପନ୍ନ ହେବା ସହିତ ଅନେକ ସମସ୍ୟା ଉପୁଜିପାରେ। ଏହାକୁ ସର୍ବଦା ଧ୍ୟାନରେ ରଖିବା ଉଚିତ ଯେ, ଯଦି ଘରେ କୌଣସି ଅଦରକାରୀ ଜିନିଷ ଅଛି, ତେବେ ତାହାକୁ ସଜାଡ଼ି ଦେଇ ସଠିକ୍ ସ୍ଥାନରେ ରଖନ୍ତୁ। ଅନୁପଯୋଗୀ ବସ୍ତୁଗୁଡ଼ିକ ଘରର ସକାରାତ୍ମକ ଶକ୍ତିକୁ ଦୁର୍ବଳ କରିଥାଏ। ଏସବୁକୁ ଷ୍ଟୋର୍‌ରୁମ୍‌ରେ ରଖୀବାକୁ ହୁଏ। ତେଣୁ କେଉଁ ଦିଗରେ ଷ୍ଟୋର୍‌ ରୁମ୍‌ ରହିବା ଦ୍ବାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ କେଉଁ ଦିଗ ଏହା ପାଇଁ ଉଚିତ ନୁହେଁ, ସେ ସମ୍ପର୍କରେ କିଛି ବାସ୍ତୁ ନିୟମ ରହିଛି। ବିଭିନ୍ନ ଦିଗରେ ନିର୍ମିତ ଷ୍ଟୋର୍‌ରୁମ୍‌ ବିଭିନ୍ନ ପ୍ରଭାବ ପକାଇଥାଏ। ଏ ସମ୍ପର୍କରେ ଆସନ୍ତୁ ଜାଣିବା।

* ଉତ୍ତର ଦିଗ ଧନ ଓ ସୁଯୋଗର କ୍ଷେତ୍ର ଅଟେ। ତେଣୁ ଏହି ଦିଗରେ ଷ୍ଟୋର୍‌ରୁମ୍‌ ରହିବା ଉଚିତ ନୁହେଁ। ଏହି ଦିଗରେ ଷ୍ଟୋର୍‌ରୁମ୍‌ ରହିବା ଦ୍ବାରା ପରିବାର ସଦସ୍ୟଙ୍କ କ୍ୟାରିୟର୍‌ର ବିକାଶ ଓ ଧନ ଆଗମନରେ ବାଧକ ସୃଷ୍ଟି ହୋଇଥାଏ।
* ଉତ୍ତର-ପୂର୍ବ ଦିଗକୁ ସବୁେବଳେ ଖୋଲା ରଖୀବା ପାଇଁ ନିୟମ ରହିଛି। ଏହି ଦିଗ ବୁଦ୍ଧି ଓ ମାନସିକ ଶକ୍ତି ସହିତ ଜଡ଼ିତ। ତେଣୁ ଏହି ଦିଗରେ ଷ୍ଟୋର୍‌ରୁମ୍‌ ନିର୍ମାଣ କରି ଅଦରକାରୀ ଜିନିଷ ରଖୀବା ଦ୍ବାରା ନକାରାତ୍ମକ ଚିନ୍ତନ, ଦ୍ବନ୍ଦ୍ବ ଓ ଅନିଶ୍ଚିତତା ସୃଷ୍ଟି ହୁଏ।
* ପୂର୍ବ ଦିଗରେ ମଧ୍ୟ ଷ୍ଟୋର୍‌ରୁମ୍‌ ନିର୍ମାଣ କରନ୍ତୁ ନାହିଁ। କାରଣ ଏହା ସ୍ବାସ୍ଥ୍ୟ ଓ ଚିନ୍ତାଶକ୍ତି ଉପରେ କୁପ୍ରଭାବ ପକାଇଥାଏ। ସମାଜିକ କ୍ଷେତ୍ରରେ ବିକାଶରେ ଏହା ବାଧା ଦେଇଥାଏ। ଅନେକ ଚେଷ୍ଟା ପରେ ବି ବ୍ୟକ୍ତି ସଫଳ ହୋଇପାରିନଥାନ୍ତି।
* ଦକ୍ଷିଣ ପୂର୍ବ ଦିଗ ଧନ ଆସିବା ଓ ଖର୍ଚ୍ଚ କରିବା ସହିତ ଜଡ଼ିତ। ତେଣୁ ଏହି ଦିଗରେ ଷ୍ଟୋର୍‌ରୁମ୍‌ ରହିବା ଦ୍ବାରା ଧନ ଆସିବାର ମାର୍ଗ ଅବରୋଧ ହୋଇଥାଏ।
* ବାସ୍ତୁ ଶାସ୍ତ୍ର ଅନୁଯାୟୀ ଦକ୍ଷିଣରୁ ପଶ୍ଚିମ ଦିଗ ମଧ୍ୟରେ ଭାରୀବସ୍ତୁ ରଖୀବା ପାଇଁ ନିୟମ ରହିଛି। ତେଣୁ ଏହି ଦିଗରେ ଷ୍ଟୋର୍‌ରୁମ୍‌ ନିର୍ମାଣ କରିବା ସବୁଠାରୁ ଉତ୍କୃଷ୍ଟ। ଏହି ଦିଗରେ ଷ୍ଟୋର୍‌ରୁମ୍‌ ନିର୍ମାଣ ହୋଇଥିଲେ ଶକ୍ତି, ଆତ୍ମବିଶ୍ବାସ ଓ ସୁରକ୍ଷାର ଭାବନା ଆସିଥାଏ। ଅଜଣା ଭୟରୁ ମୁକ୍ତି ଦେବା ସହ ମନକୁ ଶାନ୍ତ ରଖୀଥାଏ।
* ପଶ୍ଚିମ ଦିଗରେ ଷ୍ଟୋର୍‌ରୁମ୍‌ ନିର୍ମାଣ ମଧ୍ୟ ଉତ୍ତମ ପ୍ରଭାବ ପକାଇଥାଏ। ଏହା ଶିଶୁମାନଙ୍କ କ୍ଷେତ୍ରରେ ସଂସ୍କାରର ମୁଖ୍ୟ ଆଧାର ହୋଇଥାଏ ଏବଂ କ୍ୟାରିୟର୍‌ ପ୍ରତି ସଜାଗ ରହିବାରେ ସହାୟକ ହୋଇଥାଏ। ଏଠାରେ ଲୁହା ଆଲମାରୀ ଓ ପୁରୁଣା ବାକ୍ସ ଆଦି ରଖୀପାରିବେ।
* ଉତ୍ତର-ପଶ୍ଚିମ ଦିଗ ସହଯୋଗ ସହିତ ସମ୍ପୃକ୍ତ। ତେଣୁ ଏହି ଦିଗରେ ଷ୍ଟୋର୍‌ରୁମ୍‌ ରହିବା ଅତ୍ୟନ୍ତ ଲାଭଦାୟକ। ଏଠାରେ ନିର୍ମିତ ଷ୍ଟୋର୍‌ରୁମ୍‌ରେ ଯେକୌଣସି ଜିନିଷ ରଖୀହେବ।
* ଘରର ବାୟବ୍ୟ କୋଣରେ ନିର୍ମିତ ଷ୍ଟୋର୍‌ରୁମ୍‌ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସହଯୋଗ ଦେଇଥାଏ।

Leave A Reply

Your email address will not be published.