ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ୟାଙ୍କିଙ୍ଗ ସଂକଟର ପ୍ରଭାବ, ସୁନା ମୂଲ୍ୟ ୭୦ ହଜାର ଛୁଇଁବ

ନୂଆଦିଲ୍ଲୀ : ଉଭୟ ଆମେରିକା ଓ ୟୁରୋପରେ ଦେଖାଯାଇଥିବା ବ୍ୟାଙ୍କିଙ୍ଗ ସଂକଟ ଯୋଗୁଁ ବିଶ୍ବ ବଜାରରେ ସୁନା ଦର ବଢିବାରେ ଲାଗିଛି। ତେବେ ଘରୋଇ ସୁନା ବଜାର ଉପରେ ଏହାର ଘୋର ପ୍ରଭାବ ପଡ଼ିଛି। ବର୍ତ୍ତମାନ ଘରୋଇ ବଜାରରେ ବିବାହ ଋତୁ ଜାରି ରହିଥିବାବେଳେ ସୁନା ମୂଲ୍ୟରେ ହେଉଥିବା ଏଭଳି ଅହେତୁକ ବୃଦ୍ଧି ଏବେ ଗ୍ରାହକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଗତ ଏକ ସପ୍ତାହ ହେବ ସୁନା ମୂଲ୍ୟ ବୃଦ୍ଧ଄ରେ ବ୍ରେକ୍‌ ଲାଗୁନାହିଁ। ବର୍ତ୍ତମାନ ପରିସ୍ଥିତି ଏଭଳି ହୋଇଛି ଯେ, ଘରୋଇ ବଜାରରେ ସୁନା ମୂଲ୍ୟ କେତେବେଳେ ୭୦ ହଜାର ଟଙ୍କାରେ ପହଞ୍ଚିବ ସେ ନେଇ ଆଶଙ୍କା କରାଯାଉଛି। ଆହୁରିମଧ୍ୟ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ଖୁବ୍‌ ଶୀଘ୍ର ୧୦ ଗ୍ରାମ ପିଛା ୬୦,୦୦୦ ଟଙ୍କା ଛୁଇଁବାକୁ ଯାଉଛି।

ବର୍ତ୍ତମାନ ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୫୫,୪୫୦ ଟଙ୍କା ରହିଛି। ତେବେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ଇତିମଧ୍ୟରେ ୬୦,୦୦୦ ଟଙ୍କା ଟପି ୬୦,୪୭୦ ଟଙ୍କାରେ ପହଞ୍ଚିଛି। ସେହିଭଳି ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୫୫,୧୦୦ ଟଙ୍କା ରହିଛି। ତେବେ ଏଠାରେ ମଧ୍ୟ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ଇତିମଧ୍ୟରେ ୬୦,୦୦୦ ଟଙ୍କା ଟପି ୬୦,୯୩୦ ଟଙ୍କାରେ ପହଞ୍ଚିଛି। ତେବେ ଭୁବନେଶ୍ବରରେ ରୁପା କିଲୋ ୭୧,୦୦୦ ଟଙ୍କାରେ ପହଞ୍ଚିଛି। କ୍ଷେତ୍ର ସହ ଜଡିତ ବିଶେଷଜ୍ଞମାନଙ୍କର କହିବା ହେଉଛି ଯେ, ବିଶ୍ବ ପୁଞ୍ଜି ବଜାରରେ କାରବାର ମାନ୍ଦା ରହିଥିବା ଲୋକମାନେ ଏବେ ଷ୍ଟକ ମାର୍କେଟରେ ସୁନାରେ ଅଧିକ ଅର୍ଥ ନିବେଶ କରୁଛନ୍ତି। ଏହାଫଳରେ ବଜାରେରେ ସୁନା ଦର ଉଚ୍ଚରେ ରହୁଛି। ତେଣୁ ବ୍ୟବସାୟୀ ଓ ଗ୍ରାହକ ଉଭୟଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି।

Leave A Reply

Your email address will not be published.