ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଲିଉଡ଼ ଭାଇଜାନ୍ ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ମେଲ୍

ମୁମ୍ବାଇ : ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କୁ ପୁଣିଥରେ ହତ୍ୟା ଧମକ ଦିଆଯାଇଛି। ବାନ୍ଦ୍ରା ଥାନାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାରଙ୍କ ସଂପର୍କରେ ଉଲ୍ଲେଖ ରହିଛି। ଏହାସହ ସଲମାନଙ୍କ ଘର ଆଗରେ ବଢ଼ିଛି ସୁରକ୍ଷା ବ୍ୟବସ୍ଥା । ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁଶେ ୱାଲା ହତ୍ୟାକାଣ୍ଡ ମାମଲାରେ ପଞ୍ଜାବ ଜେଲ୍‌ରେ ଅଛି ଗ୍ୟାଙ୍ଗଷ୍ଟର ଲରେନ୍ସ । ଶନିବାର ଅପରାହ୍ନରେ ସଲମାନଙ୍କ ଅଫିସ ମେଲ୍‌କୁ ଆସିଥିଲା ଧମକପୂର୍ଣ୍ଣ ଇମେଲ୍ । ଲରେନ୍ସର ସହଯୋଗୀ କାନାଡ଼ା ବେସଡ୍‌ ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର୍‌ ସଲମାନଙ୍କ ସହ କଥାହେବ ବୋଲି କହିଛି । ଇମେଲ୍ ହିନ୍ଦିରେ ଲେଖାଥିଲା । ଲରେନ୍ସର ସାକ୍ଷାତକାର ଦେଖିନ ଯଦି ଦେଖିବାକୁ ମେଲ୍‌ରେ ଲେଖାଥିଲା । ଏଫଆଇଆରରେ ସାମ୍ନାକୁ ଆସିଛି ଆଉ ଏକ ରୋହିତ ଗ୍ୟାଙ୍ଗର ନାଁ । ପ୍ରଥମ ଥର ପାଇଁ ସଲମାନଙ୍କୁ ଧମକ ଦିଆଯାଇଛି ତାନୁହେଁ, ପୂର୍ବରୁ ୨୦୧୮ରେ ମଧ୍ୟ ଲରେନ୍ସ ପକ୍ଷରୁ ଧମକ ଦିଆଯାଇଥିଲା । ଗତବର୍ଷ ନଭେମ୍ବରରେ ମୁମ୍ବାଇ ପୋଲିସ ସଲମାନଙ୍କୁ Y+ ସୁରକ୍ଷା ବ୍ୟବସ୍ଥା ଦେଇଥିଲା ।

Leave A Reply

Your email address will not be published.