ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିର୍ବାଚନୀ ହିଂସାକୁ ନେଇ ଉଚ୍ଚସ୍ତରୀୟ ବୈଠକ: ଡିଜିପି କହିଲେ, କୌଣସି ଗଣ୍ଡଗୋଳକୁ ବରଦାସ୍ତ କରାଯିବନି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ହିଂସାକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି । ବୈଠକରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଉପସ୍ଥିତ ଥିଲେ । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ୍‌ ମହାନିର୍ଦ୍ଦେଶକ ସୁନୀଲ୍‌ ବଂଶଲ୍‌ । ନିର୍ବାଚନ ସମୟରେ କୌଣସି ଗଣ୍ଡଗୋଳ, ହିଂସାକୁ ବରଦାସ୍ତ କରାଯିବନାହିଁ । ଡିଜିପି କହିଛନ୍ତି କି, ଏ ଘଟଣାରେ ପୋଲିସ କୋହଳ ମନୋଭାବ ନ ଦେଖାଇ କାର୍ଯ୍ୟାନୁଷ୍ଠାନ ନେବ । ଆମେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ଚାଲିଥିଲା ଏହି ଜରୁରୀ ବୈଠକ ।

ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ କିଛି ସ୍ଥାନରେ ହିଂସା ହିଂସାତ୍ମକ କାର୍ରଯ୍ୟକଳାପ ନଜରକୁ ଆସିଥିବା ସେ କହିଛନ୍ତି । ଏହି ହିଂସାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉଛି । ସେମାନଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିଜିପି । ଗଣ୍ଡଗୋଳକୁ ବରଦାସ୍ତ କରାଯିବ ନାହିଁ । ବାକି ଥିବା ୪ ପର୍ଯ୍ୟାୟ ନିର୍ବାଚନରେ ହିଂସାକୁ ରୋକିବାକୁ ପଦକ୍ଷେପ ନିଆଯାଉଛି । ଭୋଟ ହେବାକୁ ଥିବା ସ୍ଥାନରେ ପୋଲିସ୍‌ ମୁତୟନ କଡ଼ାକଡ଼ି କରାଯାଉଥିବା ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.