ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଠାନକୋଟ ସେନା ଶିବିର ନିକଟରେ ଗ୍ରେନେଡ ବିସ୍ଫୋରଣ

ପଠାନ୍‌କୋଟ୍‌: ପଞ୍ଜାବର ପଠାନ୍‌କୋଟ୍‌ ଆର୍ମି ଷ୍ଟେସନ୍‌ର ତ୍ରିବେଣୀ ଗେଟ୍‌ ନିକଟରେ ଗୋଟାଏ ଗ୍ରେନେଡ୍‌ ବିସ୍ଫୋରଣ ଘଟିଛି। ଏ ନେଇ  ‘ଏସ୍‌ଏସ୍‌ପି’ ସୁରେନ୍ଦ୍ର ଲାମ୍ବା ସୂଚନା ଦେଇଛନ୍ତି। ଏଥିଲାଗି ସମ୍ପୃକ୍ତ ଅଞ୍ଚଳରେ ଥିବା ସମସ୍ତ ଚେକ୍‌-ପୋଷ୍ଟ୍‌ରେ ହାଇ ଆଲର୍ଟ ଜାରି କରାଯାଇଛି।


ସୂଚନା ଅନୁଯାୟୀ, ସେ ଅଞ୍ଚଳ ଦେଇ ଗୋଟାଏ ବିବାହ ଶୋଭାଯାତ୍ରା ଅତିକ୍ରମ କରୁଥିବା ବେଳେ କେତେକ ଅଜ୍ଞାତ ବ୍ୟକ୍ତି ମୋଟରସାଇକେଲ୍‌ରେ ଆସି ଆର୍ମି ଷ୍ଟେସନ୍‌ ଗେଟ୍‌ ଆଡ଼କୁ ଗ୍ରେନେଡ୍‌ ଫିଙ୍ଗିଥିଲେ। ପଠାନ୍‌କୋଟ୍‌ର ଧୀରପୁଲ ନିକଟରେ ଅବସ୍ଥିତ ଭାରତୀୟ ସେନାର ତ୍ରିବେଣୀ ଫାଟକ ନିଟକରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ କେହି ମୃତାହତ ହୋଇଥିବା କଥା ଏପର୍ଯ୍ଯନ୍ତ ଜଣାପଡ଼ିନାହିଁ। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ‘ସିସିଟିଭି ଫୁଟେଜ୍‌’ ଯାଞ୍ଚ କରୁଛି। ବିସ୍ଫୋରଣ ସ୍ଥାନରୁ ସେମାନେ ଗ୍ରେନେଡ୍‌ର ଟୁକୁରା ପାଇଛନ୍ତି।

Leave A Reply

Your email address will not be published.