ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆକାଶ ମାର୍ଗରେ ଭୁବନେଶ୍ୱର ସହ ଯୋଡ଼ି ହେବ ଗୋଆ ଓ ରାଜସ୍ଥାନ

ଭୁବନେଶ୍ବର : ଆକାଶ ମାର୍ଗରେ ଭୁବନେଶ୍ୱର ସହ ଯୋଡ଼ି ହେବ ଗୋଆ ଓ ରାଜସ୍ଥାନ । ଆସନ୍ତା ନଭେମ୍ବର ୨ ତାରିଖରୁ ଭୁବନେଶ୍ୱରରୁ ରାଜସ୍ଥାନରୁ ଜୟପୁରକୁ ଆରମ୍ଭ ହେବ ବିମାନ ସେବା । ଜୟପୁର-ଭୁବନେଶ୍ୱର ମଧ୍ୟରେ ବିମାନ ସେବା ଯୋଗାଇବ ଇଣ୍ଡିଗୋ । ଏହି ସେବା ସପ୍ତାହକୁ ତିନିଦିନ ମିଳିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିଚ୍ୟ ସିନ୍ଧିଆଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନଭେମ୍ବର ୨ ତାରିଖରୁ ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ୱର-ଜୟପୁର ମଧ୍ୟରେ ଆରମ୍ଭ ହେବ ବିମାନ ସେବା । ସପ୍ତାହରେ ୩ ଥର ବିମାନ ଚଳାଚଳ କରିବ । ଏହାଦ୍ୱାରା ଭୁବନେଶ୍ୱର-ଜୟପୁର ମଧ୍ୟରେ ଯାତ୍ରୀଙ୍କୁ ସୁବିଧା ମିଳିବ । ଏଥିସହ ଉଭୟ ରାଜ୍ୟର ଅର୍ଥନୀତିକୁ ମଜଭୁତ କରିବ ବୋଲି ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ।

ଅନ୍ୟପଟେ ଡିସେମ୍ବର ୧ ତାରିଖରୁ ଭୁବନେଶ୍ୱରରୁ ଗୋଆ ସିଧା ସଳଖ ଉଡ଼ିବ ବିମାନ । ସପ୍ତାହକ ସାତ ଦିନ ଭୁବନେଶ୍ୱରରୁ ଗୋଆ ବିମାନ ସେବା ଯୋଗାଇବ ଇଣ୍ଡିଗୋ । ଏନେଇ ଭୁବନେଶ୍ୱର ବିମାନବନ୍ଦରର ନିର୍ଦ୍ଦେଶକ ଡ. ପ୍ରଭାତ ରଞ୍ଜନ ବେଉରିଆ ସୂଚନା ଦେଇଛନ୍ତି । ସେପଟେ ପର୍ଯ୍ୟଟକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ବିମାନ ସେବା ଦୈନିକ କରାଯିବ ବୋଲି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏବେ ଭୁବନେଶ୍ୱରରୁ ସିଧାସଳଖ କୋଲକାତା, ବେଙ୍ଗଳୁରୁ, ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ. ଆହ୍ଲାବାଦ, ଅହମଦାବାଦ, ଚେନ୍ନାଇ, ଝାରସୁଗୁଡ଼ା, ବାରଣାସୀକୁ ବିମାନ ଉଡ଼ାଣ କରୁଛି ।

Leave A Reply

Your email address will not be published.