ପୁଣି ବଢିଲା ବସ୍ ଭଡା: ସାଧାରଣ ବସ୍ କି.ମି ପିଛା ୮୯ରୁ ୯୨ ପଇସାକୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା । ସାଧାରଣ ଓ ଏକ୍ସପ୍ରେସ ବସରେ ଭଡ଼ା କିଲୋମିଟର ପ୍ରତି ୩ ପଇସା ବୃଦ୍ଧି ହୋଇଛି । ସାଧାରଣ ବସରେ ଯାତ୍ରା କଲେ ଏଣିକି କିଲୋମିଟର ପ୍ରତି ୯୨ ପଇସା ଦେବାକୁ ହେବ । ପୂର୍ବରୁ ସାଧାରଣ ବସ ଭଡ଼ା ଥିଲା ୮୯ ପଇସା । ସେହିପରି ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପ୍ରତି ୩ ପଇସା ବଢ଼ି ୯୩ ପଇସାରୁ ୯୬ ପଇସା ହୋଇଛି ।
ଡିଲକ୍ସ ବସରେ ଏଣିକି ଯାତ୍ରୀ ଅଧିକ ୬ ପଇସା ଦେବେ । ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୧.୨୯ ପଇସାରୁ ବଢ଼ି ୧ଟଙ୍କା ୩୫ ପଇସା ହୋଇଛି । ଏସି ଡିଲକ୍ସ ବସରେ ଗଲେ ଯାତ୍ରୀମାନେ ୧ଟଙ୍କା ୫୭ ପଇସା ବଦଳରେ ଏଣିକି କିଲୋମିଟର ପ୍ରତି ୧ଟଙ୍କ ୬୩ ପଇସା ହିସାବରେ ଗଣିବେ ।
𝐍𝐎𝐓𝐈𝐂𝐄 – Please find the revised bus fare from Bhubaneswar to different towns for different category of buses w.e.f. 𝟏𝟔.𝟏𝟎.𝟐𝟏 attached.👇 pic.twitter.com/P1TQU9NTBc
— State Transport Authority, Odisha (@STAOdisha) October 16, 2021
ସୁପର ପ୍ରିମିୟମ ବସରେ ଭଡ଼ା କିଲୋମିଟର ପ୍ରତି ୯ ପଇସା ବଢ଼ିଛି । ପୂର୍ବରୁ ଏହି କାଟାଗୋରୀ ବସରେ କିଲୋମିଟର ପ୍ରତି ଭଡ଼ା ଥିଲା ୨ଟଙ୍କା ୪୪ ପଇସା । ଏବେ ୨ଟଙ୍କା ୫୩ ପଇସା ହୋଇଛି । ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହେବ । ତୈଳ ଦର ବୃଦ୍ଧି ପରେ ଅଟୋମେଟିକ୍ ମେକାନିଜିମ୍ ଆଧାରରେ ବସ୍ ଭଡ଼ା ବୃଦ୍ଧି ହୋଇଛି । ରାଜ୍ୟ ପରିବହନ କମିସନରଙ୍କ ସୂଚନା ମୁତାବକ, ରାଜ୍ୟରେ ୧୩ଟି ପାରାମିଟର୍ ନେଇ ବସ୍ ଭଡ଼ା ନିର୍ଦ୍ଧାରଣ ହୁଏ । ଡିଜେଲ୍ ଦର ହ୍ରାସ ଓ ବୃଦ୍ଧି ଅନୁଯାୟୀ ବସ୍ ଭଡ଼ା ନିର୍ଦ୍ଧାରଣ ବର୍ଷ ତମାମ ଆପେ ଆପେ ହୁଏ । ତେବେ ବର୍ଷକରେ ଥରେ ଅନ୍ୟ ୧୨ଟି ପାରାମିଟର୍କୁ ନେଇ ବସ୍ ଭଡ଼ା ନିର୍ଦ୍ଧାରଣ କରାଯାଏ । ଗତ ବର୍ଷ ମାର୍ଚ୍ଚ ଓ ଚଳିତ ବର୍ଷ ମାର୍ଚ୍ଚ ଓ ଜୁନ ମାସରେ ବିଭିନ୍ନ ପାରାମିଟର୍କୁ ବିଚାରକୁ ନେଇ ବସ୍ ଭଡ଼ା ବୃଦ୍ଧି କରିବାକୁ ଉଚ୍ଚ କ୍ଷମତାର ସମ୍ପନ୍ନ କମିଟି ସୁପାରିସ୍ କରିଥିଲା ।