ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ; ମାଓକ୍ୟାମ୍ପ ଧ୍ବଂସ, ଅସ୍ତ୍ରଶସ୍ତ୍ର ସହ ବହୁ ମାଓସାମଗ୍ରୀ ଜବତ

ଫୁଲବାଣୀ: ସର୍ଚ୍ଚ ଅପରେସନରେ ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଅସ୍ତ୍ରଶସ୍ତ୍ର ସହ ବହୁ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ବିଜିଏନର ମାଓ କ୍ୟାମ୍ପ ଧ୍ବଂସ କରିଛନ୍ତି ଯବାନ । ତେବେ ଉକ୍ତ କ୍ୟାମ୍ପ ରେ ୨୦ ରୁ ୨୫ ଜଣ ମାଓବାଦୀ ଥିବାବେଳେ ଟପ ମାଓ ନେତା ନିଖିଲ ଖସିପଳାଇଥିବା ସୂଚନା ଦେଇଛନ୍ତି ଏସ୍ପି ।

କନ୍ଧମାଳ ଜିଲା କୋଟଗଡ ଥାନା ଅନ୍ତର୍ଗତ ଦୁର୍ଗାପଙ୍ଗା ସରଂକ୍ଷିତ ଜଙ୍ଗଲ ଅଂଚଳରେ କମ୍ବିଂ ଅପରେସନ ବେଳେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଉଭୟ ପକ୍ଷରୁ କେହି ମୃତାହତ ହୋଇନାହାନ୍ତି । ପରେ ସର୍ଚ୍ଚ ଅପରେସନ ବେଳେ ଏକ ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି । ଏହି କ୍ୟାମ୍ପରୁ ବିଜିଏନର ଡିସିଏସ ନିଖିଲ ଖସି ଯାଇଥିବା କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ପ୍ରକାଶ କରିଛନ୍ତି । କ୍ୟାମ୍ପରୁ ଅତ୍ୟାଧୁନିକ ହାତ ତିଆରି ୭ଟି ଗ୍ରେନେଡ଼ ସହ ବ୍ଲାଷ୍ଟିଙ୍ଗ ମେସିନ, ଜିଲୋଟିନ ସହ ଅନ୍ୟାନ ସାମଗ୍ରୀ ଜବତ ହୋଇଛି । ଠାବ ହୋଇଥିବା ମାଓବାଦୀ କ୍ୟାମ୍ପକୁ ସମ୍ପୂର୍ଣ ଭାବେ ନଷ୍ଟ କରି ଦିଆଯାଇଛି । ସେହି ଅଂଚଳରେ କମ୍ବିଙ୍ଗ ଅପରେସନ ଜାରି ରହିଛି ।

Leave A Reply

Your email address will not be published.