ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୨ ମୃତ, ଜଣେ ଗୁରୁତର

ବାରିପଦା/ଖୁଣ୍ଟା : ଶନିବାର ରାତିରେ ଖୁଣ୍ଟା ଥାନା ଅଞ୍ଚଳରେ ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ୨ଜଣକ ମୃତ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଶିଳଘାଟି ଛକ ନିକଟରେ ଏହି ଦୁର୍ଘଟଣା ହୋଇଛି। ଶିଳଘାଟୀ ଗ୍ରାମକୁ ଗୋଟିଏ ବାଇକ ଯୋଗେ ୩ଜଣ ଯୁବକ
ଫେରୁଥିବା ବେଳେ କୌଣସି କାରଣରୁ ଦୁର୍ଘଟଣାରେ ଶିକାର ହୋଇ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡ଼ି ରହିଥିଲେ। ସ୍ଥାନୀୟ ଲୋକେ ଦେଖି ସଙ୍ଗେ ସଙ୍ଗେ ଖୁଣ୍ଟା ଥାନା ଓ ଅଗ୍ନିଶମ ବିଭାଗକୁ ସୂଚନା ଦେବା ପରେ ୩ ଯୁବକଙ୍କୁ ଉଦ୍ଧାର କରି ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ।

Article Bottom (Mobile Only)

ତେବେ ସେଠାରେ ଦୁଇ ଜଣକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ସେମାନେ ହେଲେ ଶିଳଘାଟୀ ଗ୍ରାମର ଦାସ ସିଂଙ୍କ ପୁଅ ଛୋଟରାୟ (୨୦) ଓ ସ୍ଵର୍ଗତ ଭୀମ ମୁର୍ମୁଙ୍କ ପୁଅ ତପନ (୧୮)। ଅନ୍ୟ ଜଣେ ଗୁରୁତର ମୁକୁନ୍ଦ ସୋରେନଙ୍କ  ଅବସ୍ଥାରେ ଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜକୁ ସ୍ଥାନନ୍ତରିତ କରାଯାଇଥିବା ଜଣାଯାଇଛି। ତେବେ ଦୁର୍ଘଟଣାର ଭୟାବହତାରୁ ଏହା କୌଣସି ଏକ ଭାରିଯାନ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଖୁଣ୍ଟା ପୁଲିସ ମୃତ ଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.