ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଜୋରନ୍ଦା ମେଳା
ଢେଙ୍କାନାଳ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଜୋରନ୍ଦା ମାଘ ମେଳା । ଚଳଚଞ୍ଚଳ ହୋଇଉଠିଛି ମହିମା ଧର୍ମର ମୁଖ୍ୟ ପୀଠ । ପ୍ରତିବର୍ଷ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ରେ ଏହି ମେଳା ଅନୁଷ୍ଠିତ ହୋଇଥାଏ । ଆସନ୍ତା ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ପାଳିତ ହେବ ଏହି ମେଳା । ମହିମା ଧର୍ମର ପରମ୍ପରା ମୁତାବକ ଚଳିତ ବର୍ଷ ସେମାନଙ୍କର ୧୫୧ତମ ବାର୍ଷିକ ଉତ୍ସବ ପାଳିବେ ମାହିମା ସାଧୁ । ମହିମା ସାଧୁଙ୍କ ମନ୍ତ୍ରରେ ପ୍ରକମ୍ପିତ ହେବ ମହିମା ପୀଠ । ବିଭିନ୍ନ ନୀତିକାନ୍ତିର ସହିତ ଗାଦୀ ମନ୍ଦିର ପରିସରର ଚାରିଦ୍ୱାରରେ ଅଖଣ୍ଡ ଧୁନୀ ଜାଳିବେ ମହିମା ସାଧୁ । ସାରାବିଶ୍ୱର କଲ୍ୟାଣ ନିମନ୍ତେ ଦୁଇ ଦିନ ଧରି ଜାଳିବ ବିଶାଳକାୟ ଝ।ଡବତୀ ।