ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶରେ ଉତ୍କଟ ବିଜୁଳି ସଙ୍କଟ : କୋଇଲା ଯୋଗାଣ ପାଇଁ ବାତିଲ୍‌ ହେବ ୧୧୦୦ ଟ୍ରେନ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଉତ୍କଟ ରୂପ ନେବାରେ ଲାଗିଛି ବିଜୁଳି ସଙ୍କଟ। ଏଥିରେ କୋଇଲାର ଅଭାବକୁ ମୁଖ୍ୟତଃ ଦାୟୀ କରାଯାଉଛି। କୋଇଲା ଅଭାବ ଯୋଗୁ ଦେଶରେ ରହିଥିବା ବହୁ ସଂଖ୍ୟାରେ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ଅନେକ ବିଦ୍ୟୁତ ପ୍ଲାଣ୍ଟରେ ବିଜୁଳି ଉତ୍ପାଦନ ବନ୍ଦ ହୋଇଯାଇଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଗୁଡିକ କୋଇଲା ୱାଗନ୍‌ ପରିବହନ ସୁଗମ କରିବା ପାଇଁ ଭାରତୀୟ ରେଳବାଇ ଅତି କମରେ ୧୧୦୦ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଯାହା ଫଳରେ ଆସନ୍ତା ୨୦ ଦିନ ପାଇଁ ମେଲ୍ ,ଏକ୍ସପ୍ରେସ ଏବଂ ପାସେଞ୍ଜର ଟ୍ରେନ୍ ର ଚଳାଚଳ ବନ୍ଦ ରହିବ। ଏହି କାରଣରୁ ଏକ୍ସପ୍ରେସ ଟ୍ରେନର ୫୦୦ ଟ୍ରିପ ଏବଂ ପାସେଞ୍ଜରର ୫୮୦ ଟି ଟ୍ରିପ୍‌ ବାତିଲ କରାଯିବ।

ଦେଶର ଅନେକ ବିଦ୍ୟୁତ୍ ପ୍ଲାଣ୍ଟରେ କୋଇଲା ସଙ୍କଟ ଜନିତ ସମସ୍ୟାର ମୁକାବିଲା ଲାଗି କୋଇଲା ଯୋଗାଣ ପାଇଁ ରେଳବାଇ ୧୫ ପ୍ରତିଶତ ଅତିରିକ୍ତ କୋଇଲା ପରିବହନ କରୁଛି। ଏହି ପଦକ୍ଷେପ ଦ୍ବାରା ତାପଜ ବିଦ୍ୟୁତ୍ ପ୍ଲାଣ୍ଟକୁ କୋଇଲା ଯୋଗାଣ ଠିକ୍ ସମୟରେ ହୋଇପାରିବ। ଏକ ରିପୋର୍ଟରୁ ଜଣାଯାଇଛି ଯେ ଦେଶର ୧୭୩ ତାପଜ ବିଦ୍ୟୁତ ପ୍ଲାଣ୍ଟ ମଧ୍ୟରୁ ୧୦୮ କେନ୍ଦ୍ରରେ କୋଇଲାର ଅଭାବ ପରିଲକ୍ଷିତ ହୋଇଛି। ଆଗାମୀ ଏକ ମାସ ପାଇଁ ରେଳବାଇ ୬୭୦ ଯାତ୍ରୀବାହୀ ଟ୍ରେନକୁ ବାତିଲ କରିସାରିଛି। ଏହି କାରଣରୁ ଛତିଶଗଡ, ଓଡିଶା, ମଧ୍ୟପ୍ରଦେଶ ଏବଂ ଝାଡଖଣ୍ଡ ପରି କୋଇଲା ଉତ୍ପାଦନ କରୁଥିବା ରାଜ୍ୟଗୁଡିକୁ ଯାଉଥିବା ଲୋକମାନେ ବହୁ ସମସ୍ୟା ସମ୍ମୁଖୀନ ହେଉଛନ୍ତି।

ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଝାଡ଼ଖଣ୍ଡ, ଛତିଶଗଡ, ଓଡ଼ିଶା ସମେତ ଅନେକ ରାଜ୍ୟରେ କୋଇଲା ସଙ୍କଟ ଯୋଗୁଁ ବିଦ୍ୟୁତ ସମସ୍ୟା ଉପୁଜିଛି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଅନେକ ବୈଠକ କରିଥିଲେ। ଅନେକ ରାଜ୍ୟରେ ବିଦ୍ୟୁତ୍ କାଟ ମଧ୍ୟ କରାଯାଇଥିଲା, ଯେଉଁ କାରଣରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚଳିତ ବର୍ଷ ଦେଶରେ ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ଏପ୍ରିଲ ମାସରୁ ବିଦ୍ୟୁତ୍‌ ଚାହିଦା ବହୁତ ବୃଦ୍ଧି ପାଇଛି। ବିଦ୍ୟୁତ୍ ଚାହିଦା ସହିତ କୋଇଲା ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି। ଏହାର ମୁଖ୍ୟ କାରଣ ହେଉଛି ବର୍ତ୍ତମାନ ଦେଶର ବିଦ୍ୟୁତ୍ ପ୍ଲାଣ୍ଟଗୁଡିକରେ ମାତ୍ର କିଛି ଦିନ ପାଇଁ କୋଇଲା ଷ୍ଟକ୍‌ ରହିଛି, ଯେଉଁ କାରଣରୁ ଦେଶରେ ବିଦ୍ୟୁତ୍ ସଙ୍କଟ ଦେଖାଦେଇଛି।

ରେଳ ବୋର୍ଡର ଅଧ୍ୟକ୍ଷ ଭି.କେ ତ୍ରିପାଠୀ କହିଛନ୍ତି ଯେ ଆମେ କହିପାରିବା ଯେ ଗତ ବର୍ଷଠାରୁ କୋଇଲା ଚାହିଦା ଏବଂ ବ୍ୟବହାରରେ ୨୦ ପ୍ରତିଶତ ବୃଦ୍ଧି ଘଟିଛି। ଏପ୍ରିଲ୍ ୨୦୨୨ରେ ଆମେ ଏପ୍ରିଲ୍ ୨୦୨୧ ତୁଳନାରେ ୧୫ ପ୍ରତିଶତ ଅଧିକ କୋଇଲା ପରିବହନ କରିଛୁ। ଗ ବର୍ଷ ତୁଳନାରେ କୋଇଲାର ଚାହିଦା ଏବଂ ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି, ତେଣୁ ଆମେ ଅଧିକ ପରିମାଣର କୋଇଲା ପରିବହନ କରୁଛୁ। ଏଥିପାଇଁ ରେଳବାଇ ଅତିରିକ୍ତ କୋଇଲା ରେକ୍ ଚଳାଉଛି। ବର୍ତ୍ତମାନ ସମୟରେ ୱାଗନ୍‌ ଚଳାଚଳକୁ ମେଲ୍ ଏବଂ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ ଅପେକ୍ଷା ଅଧିକ ପ୍ରାଥମିକତା ଦିଆଯାଉଛି।

Leave A Reply

Your email address will not be published.