ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୁନ୍‌ରେ ଆଉ ଏକ ଝଟକା ଦେବ ଆରବିଆଇ : ଆହୁରି ମହଙ୍ଗା ହେବ ପେଟ୍ରୋଲ-ଡିଜେଲ ଓ ଖାଦ୍ୟ ସାମଗ୍ରୀ

ନୂଆଦିଲ୍ଲୀ : ଆସନ୍ତା ମାସ ତଥା ଜୁନ୍‌ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣି ଥରେ ଏହାର ପ୍ରମୁଖ ସୁଧହାରରେ ବୃଦ୍ଧି ଘଟାଇପାରେ। ଏମିତିକି ଜୁନ୍‌ରେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାରରେ ୦.୨୫ ପ୍ରତିଶତ ବୃଦ୍ଧି ଘଟାଇପାରେ। ଏଥିଯୋଗୁ ପେଟ୍ରୋଲ-ଡିଜେଲ ଏବଂ ଖାଦ୍ୟ ସାମଗ୍ରୀ ଆହୁରି ମହଙ୍ଗା ହେବ।

ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ପାଇଁ ହଠାତ୍ ରେପୋ ହାର ବୃଦ୍ଧି କରିବା ପରେ ଆରବିଆଇ ଆସନ୍ତା ମାସରେ ଅର୍ଥାତ୍ ଜୁନ୍ ମାସରେ ଗ୍ରାହକଙ୍କୁ ଆଉ ଏକ ଝଟ୍‌କା ଦେବାକୁ ପ୍ରସ୍ତୁତ ହେଉଛି। ବିଶେଷଜ୍ଞମାନଙ୍କ ମତରେ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ଜୁନ୍ ମାସରେ ମୁଦ୍ରାନୀତି କମିଟି (ଏମ୍‌ପିସି) ରେପୋ ହାରକୁ ୨୫ ବେସିସ୍‌ ପଏଣ୍ଟ (୦.୨୫ ପ୍ରତିଶତ) ବୃଦ୍ଧି କରିପାରେ। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ମୁଖ୍ୟ ଉତ୍ପାଦନକାରୀ ଦେଶଗୁଡିକ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବା ଫଳରେ ଦର ଉଚ୍ଚରେ ରହିଛି। ସାର ମୂଲ୍ୟ ମଧ୍ୟ ଅଧିକହୋଇଛି। ଅଧିକ ଉତ୍ପାଦନ ଖର୍ଚ୍ଚ ଖାଦ୍ୟ ମୂଲ୍ୟ ଉପରେ ପ୍ରଭାବ ପକାଇଛି ।

ଏହାର ଫଳସ୍ବରୂପ ମାର୍ଚ୍ଚରେ ୧୨ ଟି ଖାଦ୍ୟ ପଦାର୍ଥ ସେଗ୍‌ମେଣ୍ଟ ମଧ୍ୟରୁ ୯ଟିରେ ମୂଲ୍ୟ ବୃଦ୍ଧି ହୋଇଛି। ଏଭଳି ପରିସ୍ଥିତିରେ ମୁଦ୍ରାସ୍ଫୀତି ମଧ୍ୟ ଅଧିକ ହେବ। ଆଗକୁ ସୁଧ ହାର ବୃଦ୍ଧି ହେବାର ଏକ ଆକଳନ ହୋଇସାରିଛି। ବିଶ୍ବର ଅନ୍ୟ ରାଷ୍ଟ୍ରଗୁଡିକର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ମଧ୍ୟ ସୁଧହାର ବଢ଼ାଇବା ନେଇ ସମାନ କାର୍ଯ୍ୟ କରୁଛନ୍ତି। ଏପ୍ରିଲ୍ ଏମ୍‌ପିସି ବୈଠକରେ ଆରବିଆଇ କହିଛି ଯେ ଖୁଚୁରା ମୁଦ୍ରାସ୍ଫୀତି ଏହାର ନିର୍ଦ୍ଧାରିତ ସୀମା ଅତିକ୍ରମ କରିଛି। ଏଭଳି ପରିସ୍ଥିତିରେ ଅଭିବୃଦ୍ଧି ହାର ପରିବର୍ତ୍ତେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଉପରେ ଆର୍‌ବିଆଇଧ୍ୟାନ କେନ୍ଦ୍ରୀତ କରିଛି।

Leave A Reply

Your email address will not be published.