ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ଡେଙ୍ଗୁ ଆତଙ୍କ : ଆଜି ୨୮ ଆକ୍ରାନ୍ତ ଚିହ୍ନଟ, ୧୨୧୯ରେ ପହଞ୍ଚିଲା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ଆତଙ୍କ। ଗତ କିଛି ଦିନ ମଧ୍ୟରେ ଡେଙ୍ଗୁ କାୟାବିସ୍ତାର କରି ଚାଲିଥିବା  ବେଳେ  ଘରେ ଘରେ ଜର ମାଡିଗଲାଣି। କୋଭିଡ ଭଳି ଡେଙ୍ଗୁରେ ମଧ୍ୟ ହଟସ୍ପଟ ପାଲଟିଛି ଭୁବନେଶ୍ୱର ।ଅଗଷ୍ଟ ଶେଷ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୨୪୮ ଥିବା ବେଳେ ସେଥି ମଧ୍ୟରୁ ଭୁବନେଶ୍ୱରର ରୋଗୀଙ୍କ ସଂଖ୍ୟା ୧୧୬୬। ଗତ କାଲି ଜିଲ୍ଲାରେ ପୁଣି ୨୯ ଜଣ ନୂଆ ରୋଗୀ ଚିହ୍ନଟ ହୋଇ ଏହି ସଂଖ୍ୟା ୧୨୭୭କୁ ବୃଦ୍ଧି ପାଇଛି।

ଗତ କଲି ଚିହ୍ନଟ ୨୯ ଜଣ ରୋଗୀଙ୍କ ମଧ୍ୟରୁ ୨୫ ଜଣ ଭୁବନେଶ୍ୱର ମହାନଗର ନିଗମରୁ ଏବଂ ଅନ୍ୟ ୪ ଜଣ ଗ୍ରାମାଞ୍ଚଳର ବୋଲି ଜଣାପଡିଛି। ଫଳରେ ଗତକାଲି ସୁଦ୍ଧା କେବଳ ଭୁବନେଶ୍ୱରର ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୧କୁ ବୃଦ୍ଧି ପାଇଥିବା ବେଳେ ଆଜି ଏହି ସଂଖ୍ୟା ୧୨୧୯ରେ ପହଞ୍ଚିଛି। କାରଣ ଆଜି ପୁଣି୩୦ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୩୦ ଆକ୍ରାନ୍ତଙ୍କ ମଧ୍ୟରୁ ୨୮ ବିଏମସି ଅଞ୍ଚଳର। ଫଳରେ ଭୁବନେଶ୍ୱର ମହାନଗର ନିଗମର ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୨୧୯କୁ ବୃଦ୍ଧି। ଅଗଷ୍ଟ ମାସରେ କେବଳ ୫ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସବୁଠାରୁ ବଡ଼ କଥା ଓ ଚିନ୍ତାର ବିଷୟ ଶୈଳଶ୍ରୀବିହାର, ନିଳାଦ୍ରୀବିହାର, ଡମଣା ଓ ପଟିଆ ପରେ ଏବେ ସାଲିଆ ସାହିରେ ବୃଦ୍ଧି ପାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ ୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ତେବେ ଆଶ୍ଵସ୍ତିର ବିଷୟ ଜଣଙ୍କର ମଧ୍ୟ ଡେଙ୍ଗୁ ଜନିତ ମୃତ୍ୟୁ ହୋଇନାହିଁ। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି। ସେପଟେ ଏଲିଜା ଟେଷ୍ଟିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଏମସି ପକ୍ଷରୁ ଉଭୟ ବୁସ କଟିଂ ଓ ଫଗିଂ ଅଭିଯାନକୁ ତ୍ୱରାନ୍ୱିତ କରାଯାଇଛି।

Leave A Reply

Your email address will not be published.