ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୪ ବରିଷ୍ଠ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର : ଆଇପିଏସ ସ୍ତରରେ ଅଦଳବଦଳର କରିଛନ୍ତି ରାଜ୍ୟ ସରକାର । ୪ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ପ୍ରାଣବନ୍ଧୁ ଆଚାର୍ଯ୍ୟ,୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ସିଦ୍ଧାର୍ଥ ନରୱଣେ, ୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ଅମିତ ମୋହନ ପ୍ରସାଦ ଓ ୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ବି. ରାଧିକାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ହୋଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଇପିଏସ ଅଫିସର ପ୍ରାଣବନ୍ଧୁ ଆଚାର୍ଯ୍ୟ ବର୍ତ୍ତମାନ ଅତିରିକ୍ତ ଡିଜିପି ଏବଂ ନିର୍ଦ୍ଦେଶକ, ଅନୁସନ୍ଧାନ, ଓଡିଶା ମାନବ ଅଧିକାର ଆୟୋଗ (OHRC) ଥିବାବେଳେ ସିଦ୍ଧାର୍ଥ ନରୱଣେ ଅତିରିକ୍ତ ଡିଜିପି, ମାନବ ଅଧିକାର ସୁରକ୍ଷା ସେଲ୍ (HRPC)ରେ କାର୍ଯ୍ୟରତ ଅଛନ୍ତି।

ଆଇପିଏସ ଅଫିସର ଅମିତ ମୋହନ ପ୍ରସାଦ ଓ ଆଇପିଏସ ଅଫିସର ବି. ରାଧିକା ବର୍ତ୍ତମାନ କେନ୍ଦ୍ର ଡେପୁଟେସନ୍‌ରେ ଅଛନ୍ତି। ବି. ରାଧିକା ବର୍ତ୍ତମାନ ଅତିରିକ୍ତ ଡିଜି. ସୀମା ସୁରକ୍ଷା ବଳ(SSB)ରେ କର୍ଯ୍ୟରତ ଥିବା ବେଳେ ଅମିତ ମୋହନ ପ୍ରସାଦ ଅତିରିକ୍ତ ଡିଜି, ଇଷ୍ଟର୍ନ କମାଣ୍ଡ, ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସ (ITBP)ରେ କାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.