ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା: ୫ମ ଦିନରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି, ଡାକ୍ତର ଓ ତହସିଲଦାରଙ୍କୁ ଜେରା

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ୍‍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁମାମଲାର ଗୁମର ଖୋଲିବା ପାଇଁ କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍‍ର ତନାଘନା ଆଜି ୫ମ ଦିନରେ ପହଞ୍ଚିଛି। ଆଜି ୫ମ ଦିନରେ ଘଟଣା ଦିନ ଚିକିତ୍ସା କରିଥିବା ଡାକ୍ତର ଦ୍ୱୟଙ୍କୁ ପଚରାଉଚରା କରିଛି। ଏହି ପଚରା ଉଚରା ପ୍ରାୟ ୩ଘଣ୍ଟା ଧରି ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଚାଲିଥିଲା। ଦୁଇଜଣ ଡାକ୍ତର ହେଲେ ଡାକ୍ତର ଅଭିଳାଷ ପଣ୍ଡା ଓ ଡାକ୍ତର କିଶୋର ଚନ୍ଦ୍ର ବେହେରା। ଘଟଣା ଦିନ ଏସିଏଫ୍‍ ସୌମ୍ୟରଞ୍ଚନ ମହାପାତ୍ରଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଆଣିବା ସମୟରେ ଏହି ଦୁଇ ଡାକ୍ତର ଉପସ୍ଥିତ ଥିଲୋ ତେବେ ଜଣେ ଚିକିତ୍ସା କରିଥିବା ବେଳେ ଅନ୍ୟଜଣେ ରେଫର କରିଥିଲେ। ଏହି ଡାକ୍ତରମାନେ କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍‍କୁ କହିଥିଲେ ଯେ, ଏସିଏଫ୍‍ ସୌମ୍ୟରଞ୍ଜନଙ୍କୁ ଚିକିତ୍ସାଳୟକୁ ଆଣିବା ସମୟରେ ପ୍ରାୟ ୯୦ରୁ୯୫ ଭାଗ ଶରୀର ପୋଡି ଯାଇଥିଲା। ଧିରେ ଧିରେ ସ୍ୱାସ୍ଥ୍ୟ ଅବସ୍ଥା ସ୍ୱାଭାବିକ ହୋଇଥିଲା। ତା’ପରେ ମୃତ୍ୟୁକାଳୀନ ଜମାନବନ୍ଦି ନିଆଯାଇଥିଲା। ଏହି ମୃତ୍ୟୁକାଳୀନ ଜମାନବନ୍ଦୀ ନେବା ସମୟରେ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଏବଂ ଡାକ୍ତରହିଁ ଉପସ୍ଥିତ ଥିଲେ ବୋଲି କ୍ରାଇମବ୍ରାଞ୍ଚକୁ ଜଣାଇଥିବାର ଜଣାଯାଇଛି।

acf-crime branch

ତେବେ ଗୋଟିଏ ରୋଗୀଙ୍କୁ ଦୁଇଟି ଡାକ୍ତର ଚିକିତ୍ସା କରିବା ପ୍ରଶ୍ନରେ ଡାକ୍ତର ଜଣକ ଉତ୍ତରରେ କହିଥିଲେ ଯେ, ରାତ୍ର ୧୦ଘଣ୍ଟା ପର୍ଯ୍ୟନ୍ତ ହିଁ ଡିୟୁଟି ଥିଲା ପରେ ଅନ୍ୟ ଡାକ୍ତର ଆସି ତାଙ୍କୁ ରେଫର କରିଛନ୍ତି କହି ଥିବାର ଜଣାପଡ଼ିଚି। ଏହାପରେ କ୍ରାଇମ୍‍ ବ୍ରାଞ୍ଚ ଟିମ୍‍ ଅପରାହ୍ନରେ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କୁ ତହସିଲ କାର୍ଯ୍ୟଳୟ ପରିସରରେ ପଚରାଉଚରା କରିଥିବାର ଜଣାପଡ଼ିଛି। କ୍ରାଇମବ୍ରାଞ୍ଚ ଡିଏସ୍‍ପି ଜ୍ଞାନରଞ୍ଜନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆଜି ଚିକିତ୍ସା କରିଥିବା ଡାକ୍ତର ଓ ତହସିଲଦାରଙ୍କୁ ପଚରା ଉଚରା କରାଯାଇଛି। ଅନ୍ୟପକ୍ଷରେ ମୃତ୍ୟୁକାଳୀନ ଜମାନବନ୍ଦୀ ନେବା ସମୟରେ ଭିଡିଓଗ୍ରାଫି କରାଯାଇଛିକି ନାହିଁ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ମୃତ୍ୟୁକାଳୀନ ଜମାନବନ୍ଦୀ ନେବା ସମୟରେ ଭିଡିଓଗ୍ରାଫି ଆମ ପାଖରେ ହସ୍ତଗତ ହୋଇନାହିଁ। ଯଦି ଭିଡିଓଗ୍ରାଫି କରାଯାଇଥିବା ତେବେ ତାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରାଯିବ। ଯଦି ହୋଇନାହିଁ ତାର ଖୋଳତାଡ କରାଯିବ। ତତ୍‍ ସହିତ ଏହି ମାମଲାରେ ଯିଏଥାଉନା କାହିଁକି ଯଦି ତଦନ୍ତ ପରିସରକୁ ଆସିବେ ତେବେ ନିଶ୍ଚିତ ଭାବେ ତାଙ୍କୁ ଜେରା ବା ପଚରାଉଚରା କରାଯିବ ବୋଲି କହିଥିଲେ।

Leave A Reply

Your email address will not be published.