ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋଭିଡ ପଜିଟିଭ୍ ଓ ଏଚଆଇଭି ସଂକ୍ରମିତ ମହିଳା ଜନ୍ମଦେଲେ ସୁସ୍ଥ କନ୍ୟା ସନ୍ତାନ

ବ୍ରହ୍ମପୁର: କରୋନା ମହାମରୀ ସମୟରେ ଏକ ଖୁସି ଖବର। କୋଭିଡ ପଜିଟିଭ ଥାଇ ବି ବ୍ରହ୍ମପୁରରେ ଜଣେ ଏଚ୍‌ଆଇଭି ସଂକ୍ରମିତ ମହିଳା କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଶିଶୁକନ୍ୟାଟି ସୁସ୍ଥ ଅଛି । ନବଜାତ ଶିଶୁର କୋଭିଡ୍‌ ରିପୋର୍ଟ ନେଗେଟିଭ ଆସିଛି । ଶିଶୁର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବାରୁ ମେଡିକାଲରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କେକ୍‌ କାଟି ଖୁସି ମନାଇଛନ୍ତି ।

ସୂଚନା ମୁତାବକ, ବ୍ରହ୍ମପୁର ସିଟି ହସ୍ପିଟାଲ ଓପିଡି ଗାଇନିଂ ଡିପାର୍ଟମେଣ୍ଟରେ ଜଣେ ମହିଳା ସପ୍ତାହକ ପୂର୍ବରୁ ଚିକିତ୍ସିତ ହେଉଥିଲେ । ସେ ଆଗରୁ ଏଚ୍‌ଆଇଭି ପଜିଟିଭ ଥିଲେ ଏବଂ ବର୍ତ୍ତମାନ କୋଭିଡରେ ସଂକ୍ରମିତ ଅଛନ୍ତି । ଏଭଳି ସ୍ଥିତିରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଉଭୟ ମା’ ଓ ନବଜାତ ଶିଶୁ ଚିକିତ୍ସାଧୀନ ଅଛନ୍ତି । ଶିଶୁକୁ ଆଇସୋଲେସନ ୱାର୍ଡରେ ରଖାଯାଇଛି । ୬ ସପ୍ତାହ ପରେ ଶିଶୁଟିର ଏଚଆଇଭି ଅଛି ନା ନାହିଁ ତାହା ମଧ୍ୟ ପରୀକ୍ଷା କରାଯିବ ।

Leave A Reply

Your email address will not be published.