ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୭୦୦ କୋଟି ବ୍ଯୟରେ କୁସଭଦ୍ରା ଓ କୁଆଖାଇ ନଦୀ ଉପରେ ନିର୍ମାଣ ହେବ ବ୍ୟାରେଜ, ଉପକୃତ ହେବେ ହଜାର ହଜାର ଚାଷୀ

ବାଲିଅନ୍ତା: ଜୟଦେକ ନିର୍ବାଚନ ମଣ୍ଡଳୀରେ ପ୍ରବାହିତ କୁଆଖାଇ ଏବଂ କୁଶଭଦ୍ରା ନଦୀରେ ନିର୍ମାଣ କରାଯିବ ବ୍ୟାରେଜ । ହଜାର ହଜାର ଚାଷୀଙ୍କ କ୍ଷେତ ହେବ ଜଳସେଚିତ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଗ୍ରୀନ ସିଗନାଲ୍ ଦେଇଛନ୍ତି ।
ଜୟଦେବ ନିର୍ବାଚନ ମଣ୍ଡଳୀର ବାଲିଅନ୍ତା ବ୍ଲକ ଠାରେ ୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ସହିତ ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଶ୍ରୀଯୁକ୍ତ ଅରବିନ୍ଦ ଢାଲି,  ଅନନ୍ତ ନାରୟଣ ଜେନା,  ସୁଶାନ୍ତ ରାଉତ ମହୋଦୟ ଓ ଚାରୋଟି ନିର୍ବାଚନ ମଣ୍ଡଳୀର ଚାଷୀଭାଇ ମାନଙ୍କୁ ନେଇ ଏକ ଭର୍ଚୁଆଲ ସଭା ଆୟୋଜିତ ହୋଇଥିଲା ।
ଏହି ଆଲୋଚନାରେ ମନ୍ତ୍ରୀଙ୍କ ସମେତ ତିନି ବିଧାୟକ ମହୋଦୟ କୁସଭଦ୍ରା ନଦୀ ଓ କୁଆଖାଇ ନଦୀ ଉପରେ ଦୁଇଟି ବ୍ୟାରେଜ ନିର୍ମାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଅନୁରୋଧ କରିଥିଲେ । ଏହି ପ୍ରକଳ୍ପ ହେବା ଦ୍ବାରା ଅଞ୍ଚଳର ଚାଷୀ ଭାଇମାନେ ଉପକୃତ ହେବା ସହିତ ପାନୀୟ ଜଳ ସମସ୍ୟାର ଦୂର ହୋଇପାରିବ ବୋଲି ବିଧାୟକ ମାନେ ମତ ରଖିଥିଲେ । ଅଞ୍ଚଳରେ ଚାଷୀ ଭାଇମାନେ ମାନ୍ୟବର ୫ଟି ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କରିଥିଲେ । ଏଭଳି ମହାମାରି ସମୟରେ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବୃହତ ପ୍ରକଳ୍ପ ପାଇଁ ୭୦୦ କୋଟି ଦେଉଥିବା ଜାଣି ଚାଷୀମାନଙ୍କ ମନରେ ଉତ୍ସାହ ଦେଖା ଦେଇଛି ।
Leave A Reply

Your email address will not be published.