ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରୁ ଆଜି ଚିହ୍ନଟ ହେଲେ ଆଉ ୧୧ ହଜାର ୬୨୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୦୨୧ ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୧୧, ୬୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୫୦୯ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୫୧୧୪ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨୬୦୦୩ ରେ ପହଞ୍ଚିଛି।  ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୨୦୨୧ ଜଣ ରହିଥିବା ଜଣାପଡ଼ିଛି। ସେହିପରି ସୁନ୍ଦରଗଡ଼- ୬୯୯, କଟକ- ୯୯୮, ଯାଜପୁର- ୫୬୦, ପୁରୀ- ୪୬୨, ଗଞ୍ଜାମ- ୧୫୮ , ନୂଆପଡ଼ା- ୫୪, ବଲାଙ୍ଗୀର- ୧୭୦, ବାଲେଶ୍ବର- ୫୦୮, ଅନୁଗୁଳ- ୮୨୩, ବରଗଡ଼-୨୫୭, କଳାହାଣ୍ଡି- ୩୫୨, ଝାରସୁଗୁଡ଼ାରୁ -୧୮୪, ନବରଙ୍ଗପୁର- ୩୦୦, ମୟୁରଭଞ୍ଜ- ୨୪୯ ଓ ସମ୍ବଲପୁର ଜିଲ୍ଲାରୁ ୩୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।

Leave A Reply

Your email address will not be published.