ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶରେ ପ୍ରଥମ ରାଜ୍ୟ ଭାବେ ଆଦିମ ଜନଜାତିଙ୍କୁ ଏନସାଇକ୍ଲୋପିଡିଆରେ ସ୍ଥାନ ଦେଲା ଓଡ଼ିଶା

ଭୁବନେଶ୍ବର: ଆଦିବାସୀଙ୍କୁ ଅତି ନିକଟରୁ ଜାଣିବାକୁ ଓଡିଶା ସରକାରଙ୍କ ଭିନ୍ନ ପ୍ରୟାସ । ଜାତି ଓ ଜନଜାତିଙ୍କୁ ନେଇ ଉନ୍ମୋଚିତ ହେଲା ‘ଏନସାଇକ୍ଲୋପିଡିଆ ଅଫ ଟ୍ରାଇବସ୍‌ ଇନ୍‌ ଓଡିଶା’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଦିମ ଜନଜାତିଙ୍କ ସମ୍ବନ୍ଧୀୟ ୫ଟି ବହି ଉନ୍ମୋଚନ କରିଛନ୍ତି । ପ୍ରଥମ ରାଜ୍ୟ ଭାବେ ଓଡିଶା ଆଦିବାସୀଙ୍କୁ ନେଇ ଏନସାଇକ୍ଲୋପିଡିଆ ରିଲିଜ କରିଛି । ୩୮୦୦ ପୃଷ୍ଠା ସମ୍ଭଳିତ ୫ଟି ବହିରେ ୪୧୮ ଗବେଷଣାତ୍ମକ ସ୍ତମ୍ଭ ପ୍ରକାଶିତ ହୋଇଛି । ଯେଉଁଥିରେ ୬୨ ଜନଜାତି ଓ ୧୩ ଅସୁରକ୍ଷିତ ଜନଜାତିଙ୍କ ସମ୍ବନ୍ଧୀୟ ସ୍ତମ୍ଭ ଉଲ୍ଲେଖ ରହିଛି । ଆଦିବାସୀଙ୍କ ସମ୍ପର୍କରେ ଜାଣିବାକୁ ଇଚ୍ଛୁକ, ଗବେଷକ ଓ ଶିକ୍ଷାବିତ୍‌ଙ୍କ ପାଇଁ ଏହା ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଏନସାଇକ୍ଲୋପିଡିଆରେ ପ୍ରକାଶିତ ୪୧୮ ସ୍ତମ୍ଭ ପୂର୍ବରୁ ଆଦିବାସୀ ପତ୍ରିକା ଓ ଅନ୍ୟାନ୍ୟ ମାଗାଜିନରେ ପ୍ରକାଶିତ ହୋଇଥିଲା । ରାଜ୍ୟ ଜାତି ଓ ଜନଜାତି ସଂଗ୍ରହାଳୟ ପରିଦର୍ଶନ କରି ଆଜି ବହି ଗୁଡିକ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ମ୍ୟୁଜିୟମ ପରିସରରେ ଥିବା ଆଦିବାସୀ ଗ୍ୟାଲେରୀ ପରିଦର୍ଶନ କରି ପ୍ରଶଂସା କରିଛନ୍ତି ନବୀନ ।

Leave A Reply

Your email address will not be published.