ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ, କାଲି ଜୟଶଙ୍କର ଓ ଡୋଭାଲଙ୍କୁ ଭେଟିବେ

ନୂଆଦିଲ୍ଲୀ : ଦିଲ୍ଲୀରେ ପହଞ୍ଚିଲେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି । ସେ ଆସନ୍ତାକାଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କରଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ପ୍ରସଙ୍ଗ ସ୍ଥାନ ପାଇବା ନେଇ ସୂଚନା ରହିଛି । ୨୦୨୦ ମେ’ ରୁ ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଭାରତ ଓ ଚୀନ୍‌ ମଧ୍ୟରେ ଅଚଳାବସ୍ଥା ଆରମ୍ଭ ହେବା ଏବଂ ଜୁନ୍‌ରେ ସୈନିକମାନଙ୍କ ମଧ୍ୟରେ ଭୟାବହ ସଂଘର୍ଷ ଘଟିବା ପର ଠାରୁ ଏହା ହେଉଛି କୌଣସି ବରିଷ୍ଠ ଚୀନା ନେତାଙ୍କ ପ୍ରଥମ ଭାରତ ଗସ୍ତ।


ତେବେ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ଓ ଏହାର ସମାଧାନ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇବା ନେଇ ଅନୁମାନ କରାଯାଉଛି । ବର୍ତ୍ତମାନ ୟୁକ୍ରେନ ସଙ୍କଟ ମଧ୍ୟରେ ୟୁରୋପୀୟ ରାଷ୍ଟ୍ରମାନଙ୍କ ସହ ଭାରତର ଦ୍ବିପାକ୍ଷିକ ସମ୍ପର୍କରେ ପୂର୍ବାପେକ୍ଷା ସମାନ୍ୟ ପରିବର୍ତ୍ତନ ଆସିଥିବାବେଳେ ଚୀନ ବିଦେଶ ମନ୍ତ୍ରୀଙ୍କ ଏହି ଗସ୍ତ ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି ।

Leave A Reply

Your email address will not be published.