ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୨୫ – ୦୩ – ୨୦୨୨ )

ମେଷ: ବହୁଚେଷ୍ଟା ସ୍ଵତ୍ତ୍ଵେବି ଅସଫଳ ହେବ। ଧର୍ମାଦି କାର୍ଯ୍ୟରେ ବ୍ୟୟ ହେବ | ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି ।

ବୃଷ: କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ । ଚାକିରିରେ କର୍ତ୍ତୃପକ୍ଷଙ୍କର ଆକ୍ରୋଶର ଶିକାର ହେବେ। ରାଜନୀତିରେ ବିଷମସ୍ଥିତି ରହିବ। ବାଣିଜ୍ୟରେ କ୍ଷତି ହୋଇପାରେ। ଶିକ୍ଷାର୍ଥୀ ହତୋତ୍ସାହ ରହିବେ | ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ ।

ମିଥୁନ: ବିଭିନ୍ନ ଉପାୟରେ ଆୟ କରିବେ । ଦାମ୍ପତ୍ୟ ସୁଖମୟ ରହିବ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ମନ ମୁତାବକ ଫଳ ମିଳିବ । ଶିକ୍ଷାର୍ଥୀମାନେ ପ୍ରସନ୍ନ ରହିବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ- ପିଙ୍କ୍ ।

କର୍କଟ: ଦୃଢ଼ ମନୋବଳ ଦ୍ବାରା କାର୍ଯ୍ୟହାସଲ କରିବେ । ଚାକିରିରେ ନିଷ୍ଠାପର ରହିବେ । ରାଜନୀତିରେ ଶତ୍ରୁଜୟୀ ହେବେ । ବାଣିଜ୍ୟରେ ଲାଭାନ୍ବିତ ହେବେ । ଶିକ୍ଷାର୍ଥୀ ସଫଳତା ପାଇବେ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-କମଳା ।

ଏଥିସହିତ ପଢ଼ନ୍ତୁ

ସିଂହ: ଅନିଶ୍ଚିତତା କାରଣରୁ କାର୍ଯ୍ୟହାନି ହୋଇପାରେ ରାଜନୀତିରେ ପ୍ରତାରଣା ପାଇପାରନ୍ତି। ଚାକିରିରେ ସମସ୍ୟା ରହିବ। ବାଣିଜ୍ୟରେ ସାଧାରଣ ଫଳ ପାଇବେ। ଶିକ୍ଷାର୍ଥୀ ଆଳସ୍ୟ ରହିବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ- ହଳଦିଆ ।

କନ୍ୟା: ପରିଶ୍ରମର ଫଳ ପାଇବ। ଚାକିରିରେ ସହଯୋଗ ପାଇବେ। ରାଜନୀତିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ଶୁଭଫଳ ମିଳିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ-୪,ଶୁଭ ରଙ୍ଗ- ମେଟାଲିକ୍।

ତୁଳା: କିଛିଟା ଉତ୍ତେଜନା ଭିତରେ ଆଗେଇ ଚାଲିବେ। ଚାକିରିରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ନେଇ ଚିନ୍ତାରେ ରହିବେ। ବାଣିଜ୍ୟ ଲାଭଜନକ ରହିବେ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ | ଶୁଭ ଅଙ୍କ – ୫, ଶୁଭ ରଙ୍ଗ- ସବୁଜ |

ବିଛା: ହେଉଥିବା କାର୍ଯ୍ୟ ବିଗିଡ଼ି ଯାଇପାରେ। ଚାକିରିରେ ସମସ୍ୟା ଭିତରେ ରହିବେ । ରାଜନୀତିରେ ଜଟିଳ ପରିସ୍ଥିତି ରହିବ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ ଶିକ୍ଷାର୍ଥୀ ହତୋତ୍ସାହ ରହିବେ ।ଶୁଭ ଅଙ୍କ – ୯, ଶୁଭ ରଙ୍ଗ- ମେରୁନ୍।

ଧନୁ: କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ | ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ । ବାଣିଜ୍ୟରେ ମନମୁତାକ ଫଳ ମିଳିବ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ- ୨, ଶୁଭ ରଙ୍ଗ-ଧଳା ।

ମକର: ଦୁଃସାହସିକ ଭିତ୍ତିରେ କାର୍ଯ୍ୟ କରି ସୁଫଳ ପାଇବେ। ଚାକିରିରେ ସମ୍ମାନତି ହେବେ । ରାଜନୀତିରେ ସକ୍ରିୟ ହେବେ । ବାଣିଜ୍ୟରେ ସଫଳତା ପାଇବେ। ଶିକ୍ଷାର୍ଥୀ ଅଧ୍ୟୟନ ରତ ରହିବେ ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ ।

କୁମ୍ଭ: ପରିଶ୍ରମର ଫଳ ପାଇବେ। ସନ୍ତାନସନ୍ତତିମାନେ ଉନ୍ନତି କରିବେ । ରାଜନୀତିରେ ଚଳଚଞ୍ଚଳ ରହିବେ। ପରିବହନ ଓ ବାଣିଜ୍ୟରେ ସୁଫଳ ପାଇବେ । ଶିକ୍ଷାର୍ଥୀ ଅଜ୍ଞାଧୀନ ରହିବେ | ଶୁଭ ଅଙ୍କ- ୮, ଶୁଭ ରଙ୍ଗ- ନୀଳ |

ମୀନ: କାର୍ଯ୍ୟବିଳମ୍ବଓ ସମସ୍ୟା ଭିତରେ ରହିବେ। ମହିଳମାନେ ଉଦାସ ରହିବେ। ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ। ଶିଳ୍ପ ଓ ବାଣିଜ୍ୟରେ ବିଶେଷ ଫଳ ପାଇବେ ନାହିଁ । ଶିକ୍ଷାର୍ଥୀ ଅସ୍ଥିର ରହିବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲ୍ଡେନ୍‌।

Leave A Reply

Your email address will not be published.