ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ବର : ବାଣପୁରରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲାର ଅଭିଯୁକ୍ତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି। ଭୁବନେଶ୍ୱର ଘରୋଇ ହସ୍ପିଟାଲରୁ ତାଙ୍କ ଚିକିତ୍ସା ସରିବା ପରେ ଆଜି ତାଙ୍କୁ ପୁଲିସ ଗିରଫ କରିଛି। ସ୍ୱତନ୍ତ୍ର ପୋଲିସ ଟିମ୍ ତତ୍ୱାବଧାନରେ ହସ୍ପିଟାଲରୁ ତାଙ୍କୁ କୋର୍ଟ ଅଭିମୁଖେ ନିଆଯାଇଛି। କୋର୍ଟରେ ହାଜର ପରେ ଜେଲ ଯିବେ ବାହୁବଳୀ ବିଧାୟକ । ବିଧାୟକ ପ୍ରଶାନ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବ ପୁଲିସ ।

ସୂଚନାଯୋଗ୍ୟ ମାର୍ଚ୍ଚ ୧୨ ତାରିଖରେ ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ଚାଲିଥିବା ବେଳେ ହିଂସା ଉପୁଜିଥିଲା। ଏହି ସମୟରେ ବ୍ଲକ କାର୍ୟ୍ୟାଳୟ ନିକଟରେ ଲୋକଙ୍କ ଭିଡ ଉପରେ ଗାଡି ଚଢ଼ାଇ ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ଏଥିରେ ପୁଲିସ, ସାମ୍ବାଦିକ, ସାଧାରଣ ଜନତା ଏଭଳି ୨୫ଜଣ ଆହତ ହୋଇଥିଲେ । ମାମଲାକୁ ଗମ୍ଭୀରତାର ସହ ନେଇ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଥିଲା । ସେହିଦିନ ଲୋକଙ୍କ ଆକ୍ରମଣରେ ବିଧାୟକ ଗୁରୁତର ଆହତ ହୋଇଥିବାରୁ ଡାକ୍ତରଖାନାରେ ଚିିକିତ୍ସା ଚାଲିଥିଲା । ଆଜି ତାଙ୍କୁ ଡାକ୍ତରଖାନାରୁ ବାହାରିବା ପରେ ତାଙ୍କୁ ଗିରଫ କରିଛି ପୁଲିସ।

Leave A Reply

Your email address will not be published.