ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଠ ବର୍ଷରେ କେନ୍ଦ୍ରର ନିଯୁକ୍ତି: ୨୨ କୋଟି ଆବେଦନ, ୭ ଲକ୍ଷଙ୍କୁ ଚାକିରି

ନୂଆଦିଲ୍ଲୀ: ଦେଶରେ ବେକାରୀ ହାର ବଢ଼ି ବଢ଼ି ଚାଲିଛି। ଏପରି ସମୟରେ ଦେଶରେ ବେକାରୀକୁ ନେଇ ଭୟାନକ ଚିତ୍ର ସାମ୍‌ନାକୁ ଆସିଛି। ଗତ ୮ ବର୍ଷରେ ସରକାରୀ ଚାକିରି ପାଇଁ ୨୨.୦୫ କୋଟି ଆବେଦନ କରାଯାଇଥିବାବେଳେ ମାତ୍ର ୭.୨୨ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ଏହି ସୂଚନା ଦିଆଯାଇଛି। ବେକାରୀ ପ୍ରସଙ୍ଗରେ ବିରୋଧୀ ସଂସଦରେ ହଙ୍ଗାମା ଜାରି ରଖିଛନ୍ତି। ସରକାର ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ପଛଘୁଞ୍ଚା ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ଏଡାଇବା ପାଇଁ ସରକାର ବିରୋଧୀ ସାଂସଦଙ୍କ ନିଲମ୍ବନକୁ ଅସ୍ତ୍ର କରିଥିବା କୁହାଯାଉଛି। ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ୨୦୧୪-୧୫ରୁ ୨୦୨୧-୨୨ (୮ବର୍ଷ) ମଧ୍ୟରେ ୨୨, ୦୫, ୯୯, ୨୩୮ ଆଶାୟୀ କେନ୍ଦ୍ର ସରକାରରେ ଚାକିରି ପାଇଁ ଆବେଦନ କରିଥିଲେ। ଏମାନଙ୍କ ମଧ୍ୟରୁ ମାତ୍ର ୭, ୨୨, ୩୧୧ ଙ୍କୁ ସରକାରୀ ଚାକିରି ମିଳିଛି। ସରକାର ନିଯୁକ୍ତି ସୁଯୋଗ ସୃଷ୍ଟିକୁ ପ୍ରାଧାନ୍ୟ ଦେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଏଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ମଧ୍ୟ ଉଲ୍ଲେଖ କରିଛନ୍ତି। ସୂଚନା ଅନୁଯାୟୀ ୨୦୨୧-୨୨ରେ ୧, ୮୬, ୭୧, ୧୨୧ ଆବେଦନ କରାଯାଇଥିବାବେଳେ ମାତ୍ର ୩୮, ୮୫୦ ଜଣ ଚାକିରି ପାଇଥିଲେ। ସେହିପରି ୨୦୨୦-୨୧ରେ ୧, ୮୦, ୦୧, ୪୬୯ ଆବେଦନ ଏବଂ ୭୮, ୫୫୫ ନିଯୁକ୍ତି, ୨୦୧୯-୨୦ରେ ୧, ୭୮, ୩୯, ୭୫୨ ଆବେଦନ ଏବଂ ୧, ୪୭, ୦୯୬ ନିଯୁକ୍ତି, ୨୦୧୮-୧୯ରେ ୫, ୦୯, ୩୬, ୪୭୯ ଆବେଦନ ଏବଂ ୩୮, ୧୦୦ ନିଯୁକ୍ତି, ୨୦୧୭-୧୮ରେ ୩, ୯୪, ୭୬, ୮୭୮ ଆବେଦନ ଏବଂ ୭୬, ୧୪୭ ନିଯୁକ୍ତି, ୨୦୧୬-୧୭ରେ ୨, ୨୮, ୯୯, ୬୧୨ ଆବେଦନ ଏବଂ ୧,୦୧, ୩୩୩ ନିଯୁକ୍ତି, ୨୦୧୫-୧୬ରେ ୨,୯୫, ୫୧, ୮୪୪ ଆବେଦନ ଏବଂ ୧, ୧୧, ୮୦୭ ନିଯୁକ୍ତି, ୨୦୧୪-୧୫ରେ ୨,୩୨, ୨୨, ୦୮୩ ଆବେଦନ କରିଥିବାବେଳେ ୧, ୩୦, ୪୨୩ ନିଯୁକ୍ତି ପାଇଥିଲେ।

Leave A Reply

Your email address will not be published.