ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୦୨୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ପୁଣି ଡରାଇବା ଆରମ୍ଭ କରିଛି। ଦୈନିକ ସଂକ୍ରମଣ ଗ୍ରାଫ ଉପର ତଳ ହେଉଛି। କେତେବେଳେ ଏକ ହଜାର ପାର କରିଯାଉଛି ତ କେତେବେଳେ ହଜାରେ ତଳକୁ ଦୈନିକ ସଂକ୍ରମଣ ରହୁଛି। ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ଯା ଏକ ହଜାର ଉପରକୁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୯୭ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୪୨୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୯୫ ଜଣ ସଂକ୍ରମିତ ରହିଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୨୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୫୮, ସମ୍ବଲପୁରରୁ ୮୮, ମୟୁରଭଞ୍ଜ ୭୧ ଓ କଟକରୁ ୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ସକ୍ରିୟ ମାମଲା ୬୭୮୭ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
Covid-19 Report For 28th July
New Positive Cases: 1020
Of which 0-18 years: 195
In quarantine: 597
Local contacts: 423(Details of local contacts will be shared by concerned District)
1. Angul: 1
2. Balasore: 23
3. Bargarh: 25
4. Bhadrak: 17
5. Balangir: 25
6. Boudh: 11— I & PR Department, Odisha (@IPR_Odisha) July 29, 2022
23. Puri: 14
24. Rayagada: 9
25. Sambalpur: 88
26. Sonepur: 26
27. Sundargarh: 259
28. State Pool: 35New recoveries: 1206
Cumulative tested: 32602806
Positive: 1311135
Recovered: 1295157
Active cases: 6787— I & PR Department, Odisha (@IPR_Odisha) July 29, 2022