ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରେଡ଼ିଓ ପ୍ରେମରେ ରତିକାନ୍ତ: ମୋବାଇଲ୍, ଟିଭି ବିନା ରହିପାରିବେ ମାତ୍ର ରେଡ଼ିଓ ବିନା ନୁହେଁ

ବାଲେଶ୍ଵର: ଗୋଟିଏ ସମୟ ଥିଲା ସହରଠୁ ଗାଁ ସବୁଠି ରେଡ଼ିଓର ଭୂମିକା ଅଧିକ ଥିଲା। ମନୋରଞ୍ଜନଠୁ ଆରମ୍ଭ କରି ଖବର ପର୍ଯ୍ଯନ୍ତ ସବୁକିଛି ରେଡ଼ିଓରୁ ଜାଣିହେଉଥିଲା। ମାତ୍ର କାଳକ୍ରମେ ଟିଭି, ମୋବାଇଲ୍ ଆସିବା ପରେ ରେଡ଼ିଓର ଆବଶ୍ୟକତା ପୂର୍ବାପେକ୍ଷା ଅନେକ କମିଗଲା। ଏମିତିକି ମୋବାଇଲ୍ ରେ ମଧ୍ୟ ଏଫଏମ ରେଡ଼ିଓର ସୁବିଧା ଆସିଗଲା। ତେବେ ବର୍ତ୍ତମାନ କାହା ଘରେ ରେଡିଓ ପାଇବା ବି ଏକପ୍ରକାର ସ୍ବପ୍ନ। ଯାହାବି ଥିଲା ତାହା ସମୟ ଓ ଆବଶ୍ୟକ କ୍ରମେ ଭାଙ୍ଗି ଖରାପ ବି ହୋଇଗଲାଣି। ଏପରି ସମୟରେ ଜଣେ ଯୁବକ ତଥା ଶିକ୍ଷକ ରେଡ଼ିଓ ପ୍ରେମରେ ପଡିଛନ୍ତି। ବର୍ଷେ କି ଦୁଇ ବର୍ଷ ନୁହେଁ ବହୁ ବର୍ଷ ପୂର୍ବରୁ ରେଡିଓ ପ୍ରେମରେ ପଡି ନିଜ ଖର୍ଚ୍ଚରେ ରେଡିଓ କିଣିଛନ୍ତି। ରେଡ଼ିଓ ପ୍ରତି ତାଙ୍କର ଏବେବି ଅର୍ଥାତ ଟିଭି ଓ ଆଣ୍ଡ୍ରୋଏଡ୍ ଯୁଗରେ ବି ଆବେଗ ଭରି ହୋଇରହିଛି। ସେଥିପାଇଁ ତ ଟିଭି ମୋବାଇଲ୍ ବିନା ସିନା ରହିପାରିବେ ହେଲେ ରେଡ଼ିଓ ନଶୁଣିଲେ ସେ ରହିପାରିବେ ନାହିଁ। ପ୍ରତିଦିନ ଦୁଇ ଥର ସେ ରେଡ଼ିଓରୁ ନିଜର ମନ ପସନ୍ଦର କାର୍ୟ୍ୟକ୍ରମ ଶୁଣିଥାନ୍ତି। ଯାହା ତାଙ୍କୁ ବେଶ ଖୁସି ଓ ଆନନ୍ଦ ଦେଇଥାଏ। ସେ ହେଉଛନ୍ତି ଆଇଟିଆଇ ଛକରେ ରହୁଥିବା ରତିକାନ୍ତ ବାରିକ(୨୯)।

ବାହାନଗା ବ୍ଲକ ସାଉଡୁରେ ରହୁଥିବା ରାମଚନ୍ଦ୍ର ବାରିକ ଓ ଜୟନ୍ତୀ ବାରିକଙ୍କ ସାନ ପୁଅ ରତିକାନ୍ତ। ରାମଚନ୍ଦ୍ର ଜଣେ କୃଷକ ତଥ ଟ୍ୟୁଓ୍ବେଲ୍ ମିସ୍ତ୍ରୀ ହୋଇଥିବା ବେଳେ ଜୟନ୍ତୀ ଜଣେ ଗୃହିଣୀ। ତେବେ ରତିକାନ୍ତ ଗୋପାଳପୁର ଡିଗ୍ରୀ କଲେଜ ଯୁକ୍ତ ଦୁଇ ପଢିବା ପରେ ବିଇଡି ଶେଷ କରି କରି ଶିକ୍ଷକ ଭାବେ କାମ କରୁଛନ୍ତି। ରତିକାନ୍ତ ଦଶମ ଶ୍ରେଣୀରେ ପଢୁଥିବା ବେଳେ ପ୍ରଥମେ ରେଡ଼ିଓ କିଣିଥିଲେ। ପ୍ରଥମେ ପ୍ରାୟ ୨୦୦୭ ମସିହାରେ ସୋରରୁ ୧୨୦ ଟଙ୍କାରେ ରେଡ଼ିଓ(ପକେଟ୍ ଏଫଏମ) କିଣିଥିଲେ। ଯୁଆଡେ ଯାଉଥିଲେ ସାଙ୍ଗରେ ରେଡିଓ ନେଇ ଯାଉଥିଲେ। ପରେ ସେହି ରେଡ଼ିଓ ଭାଙ୍ଗିଯିବା ପରେ ଆଉ ଏକ ଇଲେକ୍ଟ୍ରିକାଲ ରେଡ଼ିଓ ୨୬୯ ଟଙ୍କାରେ କିଣିଥିଲେ। ଯାହା ଏବେ ପର୍ଯ୍ଯନ୍ତ ପାଖରେ ରହିଛି। ଖରାପ ହେଲେ ବି ମରାମତି କରି ଶୁଣୁଛନ୍ତି। ତେବେ ଏହି ରେଡ଼ିଓ କିଣିବା ପାଇଁ ରତିକାନ୍ତଙ୍କୁ ବହୁତ ଦିନ ପର୍ୟ୍ୟନ୍ତ ଟଙ୍କା ସଞ୍ଚିତ କରି ରଖିବାକୁ ପଡିଥିଲା। ପରେ ଆବଶ୍ୟକ ମୁତାବକ ଟଙ୍କା ହଜବା ପରେ ବଜାରକୁ ଯାଇ ରେଡିଓ କିଣିଥିଲେ। ରେଡିଓରୁ ସେ ସାଂସ୍କୃତିକ ନାଟକ, ପାଲା, ଗୀତିନାଟ୍ୟ, ଫୋନ୍ ଇନ୍ କାର୍ଯ୍ଯକ୍ରମ, ସୁଗମ ସଂଗୀତ ଆଦି ତାଙ୍କୁ ବେଶୀ ମନମଗ୍ଧ କରେ। ରେଡ଼ିଓ ପୁରାତନ ସଂସ୍କୃତିକୁ ବଜାୟ ରଖିଥିବା ଯୋଗୁଁ ରତିକାନ୍ତ ରେଡିଓ ଶୁଣିବାକୁ ଅଧିକ ପସନ୍ଦ କରନ୍ତି।ରତିକାନ୍ତଙ୍କ ପାଖରେ ଏଫଏମ ରେଡ଼ିଓ ରହିଛି। ପ୍ରତିଦିନ ସକାଳେ ଓ ରାତିରେ ରତିକାନ୍ତ ରେଡ଼ିଓ ଶୁଣନ୍ତି। ବାରିପଦା ୧୦୨.୯ ଏଫଏମ, ଭାଗବତ ବାଣୀ, କଥା ଚିତ୍ର, ବିବିଧ ଭାରତୀ ଶୁଣନ୍ତି।

‘ଜଣେ ସାଙ୍ଗଠୁ ଦେଖି ରେଡ଼ିଓ ପ୍ରତି ଅଧିକ ଆକର୍ଷିତ ହୋଇଥିଲି। ରୁମ୍ ରେ ସେ ରେଡିଓ ବଜାଉଥିଲା। ମୁଁ ଶୁଣୁଥିଲି। ବହୁତ ଖୁସି ଲାଗୁଥିଲା। ସେଥିପାଇଁ ନିଜେ ପକେଟ୍ ଖର୍ଚ୍ଚ ସଞ୍ଚୟ କରି ରେଡ଼ିଓ କିଣିଛି। ପ୍ରତିଦିନ ରେଡ଼ିଓ ନଶୁଣିଲେ ମୋତେ ପାଗଳ ପରି ଲାଗେ। ରେଡିଓ ବିନା ମୁଁ ରହିପାରିବିନି। କାରଣ ରେଡିଓ ବହୁତ କିଛି ଜାଣିବାକୁ ମିଳେ’ ବୋଲି ରତିକାନ୍ତ କହିଛନ୍ତି।

Leave A Reply

Your email address will not be published.