ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହୁ ହୁ ହୋଇ ଜଳିଗଲା ଚଳନ୍ତା ବୋଲେରୋ, ଅଳ୍ପକେ ବର୍ତ୍ତିଲେ ରୋଗୀ

ତୁରୁମୁଙ୍ଗା/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା  ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ ଖୀରେଇଟାଙ୍ଗିରୀ ଟୋଲଗେଟ ନିକଟରେ ବିଳମ୍ବିତ ରାତିରେ ଘଟିଛି ଅଘଟଣ। ଜଣେ ରୋଗୀଙ୍କୁ ନେଇ କେନ୍ଦୁଝର ମେଡିକାଲ ନେଇ ଯାଉଥିବା ବେଳେ ରାଜପଥ ଉପରେ ହୁ ହୁ ହୋଇ  ବୋଲେରୋ ଜଳିଯାଇଛି ।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ତୁରୁମୁଙ୍ଗାରୁ ଜଣେ ରୋଗୀଙ୍କୁ ନେଇ ବୋଲେରୋଟି କେନ୍ଦୁଝର ମେଡିକାଲ ଯାଉଥିବା ବେଳେ ଖୀରେଇଟାଙ୍ଗିରୀ ଟୋଲ ଗେଟ ନିକଟରେ ବୋଲେରୋରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ଗାଡିଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ସର୍ଟ ସାର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଠିକା ସଂସ୍ଥା  ପାଣି ଟାଙ୍କି ଆସି ନିଆଁକୁ ଲିଭାଇଥିଲେ ତେବେ ଗାଡ଼ିରେ ନିଆଁ ଲାଗିବା ଜାଣି ଗାଡିରୁ ସମସ୍ତ ଯାତ୍ରୀ ଓହ୍ଲାଇ ଯାଇଥିବାରୁ ଏକ ବଡ଼ ଅଘଟଣରୁ ରକ୍ଷା ପାଇଯାଇଛନ୍ତି। ପରେ ଅନ୍ୟତ୍ର ଗାଡ଼ିରେ ରୋଗୀଙ୍କୁ ମେଡିକାଲ ନିଆ ଯାଇଥିବା ଜଣା ପଡ଼ିଛି।

Leave A Reply

Your email address will not be published.