ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

ବାରିପଦା: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡା ଫାଣ୍ଡି ନିକଟସ୍ଥ ଜାତୀୟ ରାଜପଥ ୨୨୦ ନମ୍ବର ରାଇରଙ୍ଗପୁର -ଯଶିପୁର ରାସ୍ତା ଗୋପାଳପୁର ଛକ ନିକଟରେ ଠିଆ ହୋଇଥିବା ସିମେଣ୍ଟ ଟ୍ରକକୁ ଭାରସାମ୍ୟ ହରାଇ ଏକ ବାଇକ ସାମ୍ନା ପଟୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକରେ ଥିବା ୩ ଜଣ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ। ଘଟଣାଟି ଗତକାଲି ବିଳମ୍ବିତ ରାତି ସମୟରେ ଘଟିଥିଲା । ସଙ୍ଗେସଙ୍ଗେ ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ତେବେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ୩ଜଣ ମହିଷାନେଦା ଗ୍ରାମର। ମୃତକ ହେଲେ ଶ୍ୟାମ ମୁର୍ମୁ (୨୨) ଓ ଭଗବାନ ମୁର୍ମୁ (୨୫) ଓ ଗୁରୁତର ଜଣକ ହେଲେ ନାରାୟନ ସୋରେନ। ନାରାନଙ୍କୁ ବାରିପଦା ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଖବର ଶୁଣି ଗାଁରେ ଶୋକାକୁଳ ପରିବେଶ ହୋଇ ଉଠିଛ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ କରୁଛି ।

Leave A Reply

Your email address will not be published.