ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ, ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଏମସିର ଚଢାଉ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଛି। ଆଜି ରାଜ୍ୟରୁ ୫୭୩ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୯୬ ଜଣ ରହିଛନ୍ତି। ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ବରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ କରୋନା ଗାଇଡ୍‌ଲାଇନ୍‌ ପାଳନ ହେଉନଥିବା ଅଭିଯୋଗ ପରେ ବିଏମସି ପକ୍ଷରୁ ଚଢାଉ କରଯାଇଛି।

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ସୋମବାର ଦିନ ଜୟଦେବ ବିହାର ଅଞ୍ଚଳରେ ଥିବା ଏକ ଘରୋଇ କୋଚିଂ ସେଣ୍ଟର ହାପି କ୍ଲାସେସକୁ ସିଲ୍ କରାଯାଇଛି। ସେହିପରି ଭୁବନେଶ୍ୱର ସିଲିକନ ଇନଷ୍ଟିଚ୍ୟୁଟରେ କୋଭିଡ ନିୟମ ଉଲଂଘନ ଅଭିଯୋଗରେ ସିଲିକନ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଛି ବିଏମସି। ସିଲିକନ ଇନଷ୍ଟିଚ୍ୟୁଟରେ ଗୋଟିଏ ବେଞ୍ଚରେ ବସୁଛନ୍ତି ୫ରୁ୬ ଜଣ ଛାତ୍ର ଛାତ୍ରୀ ବସୁଥିବା ଅଭିଯୋଗ ହୋଇଛି।  ବିଏମସି ସୂଚନା ଅନୁଯାୟୀ, କରୋନା ମାମଲା ବଢୁଥିବା ଯୋଗୁଁ ତିନୋଟି ଜୋନର ଡେପୁଟି କମିଶନରଙ୍କୁ ନିଜ ନିଜ ଅଧୀନରେ ଥିବା ଶିକ୍ଷାନୁଷ୍ଠାନ ଉପରେ ଚଢାଉ କରିବାକୁ କୁହାଯାଇଛି।

ଦିନକୁ ଦିନ କୋଭିଡ୍ ପଜିଟିଭ୍‌ଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସେଥିପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ କୋଭିଡ୍ ଗାଇଡ୍ ଲାଇନ୍ ମଧ୍ୟ ଲାଗୁ କରାଯାଇଛି । ମାସ୍କ ପରିଧାନ ସହ ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ଗାଇଡ୍ ଲାଇନ୍‌ରେ ଦର୍ଶାଯାଇଛି । ମାତ୍ର କିଛି ସ୍ଥାନରେ ଏହାକୁ ଖୋଲାଖୋଲି ଉଲଂଘନ କରାଯାଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.