ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିର୍ବାଚନ ପ୍ରଚାରରେ ଶିଶୁଙ୍କୁ ବ୍ୟବହାର କରୁଛି ବିଜେପି, ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି। ନିର୍ବାଚନ ପ୍ରଚାରରେ ଶିଶୁଙ୍କୁ ବ୍ୟବହାର କରୁଛି ବିଜେପି। ଯାହାକୁ ବିରୋଧ କରି ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି। ପୂର୍ବରୁ ପ୍ରଭାତୀ ପରିଡା, ଧମେନ୍ଦ୍ର ପ୍ରଧାନ, ଅପରାଜିତ ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା ତାଙ୍କ ରାଲିରେ ଶିଶୁଙ୍କ ବ୍ୟବହାର କରିବା ନେଇ ଅଭିଯୋଗ ହୋଇଥିଲା।

ଏବେ ଭୁବନେଶ୍ୱର ବିଜେପି ମଧ୍ୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ତାଙ୍କ ରାଲିରେ ଶିଶୁଙ୍କ ପ୍ରଚାର ପ୍ରସାରରେ ବ୍ୟବହାର କରିଛନ୍ତି। ଯାହାକି ଶିଶୁଙ୍କ ମାନବଧିକାର କ୍ଷୁର୍ଣ୍ଣ ହେଉଛି। ଯାହା ନିର୍ବାଚନ ଆଚରଣ ବିଧି ଉଲଂଘନ ହେଉଛି ବୋଲି କହିଛି ବିଜେଡି। ଯେଉଁଭଳି ଭାବେ ଗ୍ରୀଷ୍ମ ଋତୁରେ ତାପମାତ୍ରା ରହିଛି,ସେହି ସମୟରେ ଶିଶୁଙ୍କୁ ପ୍ରଚାରରେ ବ୍ୟବହାର କରିବା ବିଜେପିର ହୀନ ମାନବିକତାର ପରିଚୟ ବୋଲି କହିଛି ବିଜେଡି। ତେଣୁ ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଦୃଢ଼ କଯ୍ୟନୁଷ୍ଠାନ ନେବାକୁ ବିଜେଡି ସିଇଓଙ୍କ ନିକଟରେ ଦାବି କରିଛି।

Leave A Reply

Your email address will not be published.