ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଶାନ୍ତ ଜଗଦ୍ଦେବଙ୍କ ଗୁଣ୍ଡାଗର୍ଦ୍ଦି : EVM ଭାଙ୍ଗି ଫେରାର ହେବାବେଳେ ଗୋଡାଇ ଗୋଡାଇ ଧରିଲା ପୁଲିସ

ଖୋର୍ଦ୍ଧା: ପୁଣି ଦେଖିବାକୁ ମିଳିଲା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗୁଣ୍ଡାଗର୍ଦ୍ଦି । ବୋଲଗଡରେ ଇଭିଏମ ଭାଙ୍ଗି ପ୍ରଶାନ୍ତ ଜଗଦ୍ଦେବ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡିରେ ଫେରାର ହେଉଥିବା ବେଳେ ପୁଲିସ ତାଙ୍କୁ ଗୋଡାଇ ଗୋଡାଇ ଧରିଛି। ଏହାପରେ ତାଙ୍କୁ ବୋଲଗଡ ଥାନାରେ ଅଟକ ରଖିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ। ଭୋଟିଂ ପାଇଁ ଲୋକ ଲାଇନରେ ଥିବା ବେଳେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ହଠାତ ବୁଥ୍‌ ଭିତରେ ପଶି ଭୋଟରଙ୍କୁ ଖରାପ ବ୍ୟବହାର କରିବା ସହ କାର୍ଯ୍ୟରତ ପୋଲିଂ ଅଫିସରଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏତିକିରେ ଅଟକି ନଥିଲେ ପ୍ରଶାନ୍ତ ଜଗଦ୍ଦେବ ବୁଥ୍‌ ଭିତରେ ଥିବା EVM ହୋଡିଂକୁ ଭାଙ୍ଗିଥିଲେ। ଯାହା ପରେ ସେଠାରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା।

ଏହାପରେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ସେଠାରୁ ଖସି ଯିବାକୁ ଉଦ୍ୟମ କରୁଥିଲେ। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡିରେ ବସି ପ୍ରଶାନ୍ତ ଜଗଦ୍ଦେବ ଫେରାର ହେଉଥିବା ବେଳେ ତାଙ୍କୁ ଗୋଡାଇ ଗୋଡାଇ ଧରିଛି ପୁଲିସ। ବୋଲଗଡ ଥାନାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି।

Leave A Reply

Your email address will not be published.