ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୋଟ ଦେଉଛି ଓଡ଼ିଶା : ଦିନ ୩ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ

ଭୁବନେଶ୍ବର : ଆଜି ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଛି। ଏହି ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ଯଥା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଓ ଭୁବନେଶ୍ୱର ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟର ନିଜ ପ୍ରତିନିଧି ବାଛୁଛନ୍ତି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗ୍ରହଣ ଚାଲିଥିବା ବେଳେ ଦିନ ୩ଟା ସୁଦ୍ଧା ୪୮.୪୪ ପ୍ରତିଶତ ଭୋଟିଂ ହୋଇଛି। ସନ୍ଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ଚାଲିବାକୁ ଥିବା ବେଳେ ଆଗକୁ ଭୋଟିଂ ପ୍ରତିଶତ ବଢିପାରେ ବୋଲି ଆଶା ରଖାଯାଇଛି।

ନିର୍ବାଚନ କମିଶନଙ୍କ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦିନ ୩ ଟା ସୁଦ୍ଧା ଓଡ଼ିଶାରେ ୪୮.୪୪% ମତଦାନ ହୋଇଛି । କଟକ ସଂସଦୀୟ କ୍ଷେତ୍ରରେ ୪୩.୫୨ ପ୍ରତିଶତ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୪୨.୫୩ ପ୍ରତିଶତ, ଢେଙ୍କାନାଳ  ସଂସଦୀୟ କ୍ଷେତ୍ରରେ ୫୦.୪୦ ପ୍ରତିଶତ,ପୁରୀ ସଂସଦୀୟ କ୍ଷେତ୍ରରେ ୪୮.୭୧ ପ୍ରତିଶତ , ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ୫୨.୭୭ ପ୍ରତିଶତ, କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ୫୨.୨୯ ପ୍ରତିଶତ ଭୋଟିଂ ହୋଇଛି।

ସେପଟେ ଏହି ପର୍ଯ୍ୟାୟରେ ୬ ଲୋକସଭା କ୍ଷେତ୍ର ପାଇଁ ମୋଟ ୯୪,୪୮,୫୫୩ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୪୮, ୨୯, ୬୬୦ ପୁରୁଷ, ୪୬, ୧୭, ୬୦୨ ମହିଳା ଓ ୧୨୯୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ଏମାନଙ୍କ ମଧ୍ୟରେ ୨,୩୭,୧୩୧ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୮, ୪୫, ୫୦୩ ଜଣ ଯୁବ ମତଦାତା ରହିଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୧୦, ୫୧୫ଟି ମତଦାନ କେନ୍ଦ୍ର ଓ ୩୬ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି। ଅର୍ଥାତ୍‌‌ ତୃତୀୟ ପର୍ଯ୍ୟାୟରେ ମୋଟ ୧୦୫୫୧ଟି ମତଦାନ କେନ୍ଦ୍ରରେ ଭୋଟିଂ ହେଉଛି। ଏହି ପର୍ଯ୍ୟାୟରେ ପ୍ରାୟ ୨୦୦୦ଟି ଆଦର୍ଶ ମତଦାନ କେନ୍ଦ୍ର (ମଡେଲ ବୁଥ୍‌‌) ରହିଛି। ସେହିପରି ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପାଦନ ପାଇଁ ପ୍ରାୟ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Leave A Reply

Your email address will not be published.