ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶପଥ ନେଲେ ‘ମାନ୍’ଙ୍କ ମନ୍ତ୍ରିମଣ୍ଡଳର ୧୦ ମନ୍ତ୍ରୀ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳ ଆଜି ଶପଥ ନେଇଛି । ମାନଙ୍କ ମନ୍ତ୍ରିମଣ୍ଡଳରେ ୧୦ ମନ୍ତ୍ରୀ ସାମିଲ୍ ହୋଇଛନ୍ତି । ୧୦ ମନ୍ତ୍ରୀଙ୍କ ମଧ୍ୟରେ ଜଣେ ମହିଳା ମନ୍ତ୍ରୀ ରହିଛନ୍ତି । ଚଣ୍ଡିଗଡ଼ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ବନୱାରୀଲାଲ୍ ପୁରୋହିତ, ବିଧାୟକଙ୍କୁ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ପରେ ସମସ୍ତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସହ ଆଲୋଚନା କରିଛନ୍ତି । ମାନଙ୍କ କ୍ୟାବିନେଟର ପ୍ରଥମ ବୈଠକ ଆଜି ଦିନ ୨ଟାରେ ବସିବ । ଯେଉଁଥିରେ ସରକାର କିଛି ବଡ଼ ଫଇସଲା ନେଇପାରନ୍ତି ।

ଆମ୍ ଆଦମୀ ପାର୍ଟିରୁ ଦ୍ୱିତୀୟ ଥର ଲାଗି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ୨ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯାଇଛି । ପ୍ରଥମଥର ଲାଗି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ୮ ଜଣଙ୍କୁ ମନ୍ତ୍ରୀ କରାଯାଇଛି । ତେବେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିବା ୧୦ ମନ୍ତ୍ରୀ କିଏ କେଉଁ ବିଭାଗ ପାଇବେ ତାହା ଘୋଷଣା କରାଯାଇ ନାହିଁ ।

କିଏ କ୍ୟାବିନେଟ୍ ମନ୍ତ୍ରୀ ?

ହରପାଲ ଚିମା
ଡା. ବଲଜିତ୍ କୌର
ହରଭଜନ ସିଂହ ଇଟିଓ
ଡା. ବିଜୟ ସିଙ୍ଗଲା
ଲାଲଚନ୍ଦ କଟାଋଚକ
ଗୁରମିତ ସିଂହ ମିତ ହେୟର
କୁଲଦୀପ ସିଂହ ଧାଲିୱାଲ
ଲାଲଜିତ୍ ସିଂହ ଭୁଲ୍ଲର
ବ୍ରହ୍ମା ଶଙ୍କର
ହରଜୋତ୍ ସିଂହ ବୈଂସ

ପଞ୍ଜାବ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ପଦ ସହ ୧୮ ପଦ ରହିଛି । ଗତ ବୁଧବାର ଭଗତ ସିଂହଙ୍କ ଗାଁରେ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଶପଥ ନେଇଥିଲେ । ୧୧୭ ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଏକାକୀ ୯୨ଟି ଆସନରେ ବିଜୟ ଲାଭ କରିଛି । ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସକୁ ୧୮ଟି ଆସନ ମିଳିଥିବା ବେଳେ ଶିରୋମଣି ଅକାଳୀ ଦଳ ମେଣ୍ଟକୁ ୪ଟି ଆସନ ମିଳିଛି ।

Leave A Reply

Your email address will not be published.