ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ୱଚ୍ଛତାର ସହ ହୋଇଛି ଏଏସଓ ପରୀକ୍ଷା, ଚୂଡାନ୍ତ ଫଳାଫଳ ପ୍ରକାଶ ପରେ ଅପଲୋଡ କରାଯିବ ମାର୍କଲିଷ୍ଟ : ଓପିଏସସି ଅଧ୍ୟକ୍ଷ

କଟକ : ସ୍ୱଚ୍ଛତାର ସହ ହୋଇଛି ଏଏସଓ ପରୀକ୍ଷା। ଅନିୟମିତତା ଅଭିଯୋଗ ଭିତ୍ତିହୀନ, ମେଧା ହିଁ ଚୟନର ଆଧାର। ସ୍ୱଚ୍ଛତାର ସହ ହୋଇଛି ଏଏସଓ ପରୀକ୍ଷା । ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି । ମୋଟ୍ ୭୯୬ ପୋଷ୍ଟ ପାଇଁ ଦୁଇସ୍ତରୀୟ ପରୀକ୍ଷା ହୋଇଥିଲା । ପ୍ରଥମ ଷ୍ଟେଜରେ ୪ଟି ପେପରରେ ୪ ଶହ ମାର୍କର ପରୀକ୍ଷା ହୋଇଥିଲା । ଏଥିରେ ଯୋଗ୍ୟ ବିବେଚିତ ପିଲାଙ୍କର ଦକ୍ଷତା ପରୀକ୍ଷା ହୋଇଥିଲା । ପ୍ରଥମ ଷ୍ଟେଜରୁ ଦେଢ଼ ଗୁଣା ପିଲାଙ୍କୁ ଚୟନ କରାଯାଇଥିଲା । ଏଥର ଦେଢ଼ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ । ୮ଶହ ପୋଷ୍ଟ ଥିବାରୁ ୧୨ଶହ ପିଲାଙ୍କୁ ହିଁ ଚୟନ କରାଯାଇଥିଲା ।

ରାଜ୍ୟର ମୋଟ୍ ୪୩୩ ସେଣ୍ଟରରେ ପରୀକ୍ଷା ହୋଇଥିଲା । ସବୁ ଜିଲ୍ଲାର ଜିଲ୍ଲାପାଳମାନେ ପରୀକ୍ଷା ଦାୟିତ୍ୱ ନେଇଥିଲେ । ଏବେ ପିଲାମାନେ ଓଏମଆର କପି ନେଇପାରୁଛନ୍ତି । ରେଜଲ୍ଟ ବାହାରିବା ପରେ କିଛି ପିଲା ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଏସବୁ ଅଭିଯୋଗ ଭିତ୍ତିହୀନ ବୋଲି ଓପିଏସସି ଅଧ୍ୟକ୍ଷ କହିଛନ୍ତି । ରିକ୍ସା ବାଲା, ଦିନ ମଜୁରିଆଙ୍କ ପିଲା ମେଧାଭିତ୍ତିକ ପରୀକ୍ଷା ଯୋଗୁଁ କୃତକାର୍ଯ୍ୟ ହେଉଛନ୍ତି । ଘଟଣାର ସତ୍ୟତା ନଥାଇ ମିଥ୍ୟା ପ୍ରଘଟକୁ ନିନ୍ଦା କରିଛନ୍ତି । ଫାଇନାଲ ରେଜଲ୍ଟ ବାହାରିବା ପରେ ଆନସର ସିଟ୍ ଅପଲୋଡ ହେବ ବୋଲି ଓପିଏସସି ପକ୍ଷରୁ କୁହାଯାଇଛି ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତିି ଯେ, ଆସିଥିବା ପ୍ରତ୍ୟେକ ଅଭିଯୋଗର ଅନୁଧ୍ୟାନ କରାଯିବ । ଯଦି ସେମାନଙ୍କର ଅଭିଯୋଗରେ ସତ୍ୟାସତ ବାହାରିଲା ତେବେ ଆମେ ନିଶ୍ଚଯ ଏହାକୁ ନେଇ ପଦକ୍ଷେପ ନେବୁ ।ଏହା ସହିତ ସେ କହିଛନ୍ତି ଯେ, ଚଳିତ ବର୍ଷ ପରୀକ୍ଷା ପାଇଁ ୨ଲକ୍ଷରୁ ଅଧିକ ପ୍ରାର୍ଥୀ ନାମ ଦାଖଲ କରିଥିଲେ । ଏହା ଭିତରୁ ପ୍ରାୟ ୧ଲକ୍ଷ ପିଲା ପରୀକ୍ଷା ଦେଇଥିଲେ । ଚଳିତ ପରୀକ୍ଷାରେ ସାଧାରଣ ବର୍ଗ ପାଇଁ ୪୦ ପ୍ରତିଶତ ଏବଂ ଏସିବିସି, ଏସି, ଏସଟି ବର୍ଗ ପାଇଁ ୩୦ ପ୍ରତିଶତ ମାର୍କ ଧାର୍ଯ୍ୟ କରାଯାଇଥିଲା । ଯେଉଁମାନେ ଭାବୁଥିଲେ ଆମେ ଭଲ ନମ୍ବର ରଖିଛୁ ବାସ୍ତବରେ ସେମାନେ କ୍ୱାଲିଫାଏ କରି ନଥିବେ । କୌଣସି ଗୋଟିଏ ବିଷୟରେ ଧାର୍ଯ୍ୟ ମାର୍କ ନ ରଖିଥିଲେ କ୍ୱାଲିଫାଏ କରି ନଥିବେ ଛାତ୍ରଛାତ୍ରୀ । ଫାଇନାଲ ରେଜଲ୍ଟ କୁ ଅପେକ୍ଷା କରନ୍ତୁ, ରେଜଲ୍ଟ ଆସିବା ପୂର୍ବରୁ ଏଭଳି ଅଭିଯୋଗ ବିଭ୍ରାନ୍ତି ଛଡା ଆଉ କିଛି ନୁହେଁ ବୋଲି ସେ କହିଛନ୍ତି। ରେଜଲ୍ଟ ଆସିବା ପରେ ଯଦି ସେଭଳି ଅନିୟମିତତା ଅଭିଯୋଗ ଆସେ ତେବେ ତ୍ରୁଟି ସଂଶୋଧନ କରାଯିବ ବୋଲି ସେ କହିଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୬ ନିୟମ ଅନୁସାରେ ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବା ପରେ ମାର୍କ ଲିଷ୍ଟ ଓ ଆନସର କି’ କରାଯିବ ଅପଲୋଡ । ଏପରିକି ଏଏସଓ ପରୀକ୍ଷାକୁ ନେଇ ଯାହା ବି ଅଭିଯୋଗ ରହିଛି ତାହ ଉପରେ ପଦକ୍ଷେପ ନେବୁ ବୋଲି ସତ୍ୟଜିତ୍ କହିଛନ୍ତି । ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବା ପରେ ମାର୍କ ଦେଖି ଛାତ୍ରଛାତ୍ରୀ ଅଭିଯୋଗ କରିପାରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସତ୍ୟଜିତ ।

Leave A Reply

Your email address will not be published.