ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଣେ ସିରିଏଲ କିଲର ବୁଲି ବୁଲି ଦେଶର ସବୁ ସରକାରଙ୍କୁ ହତ୍ୟା କରୁଛି: କେଜ୍ରିୱାଲ

ନୂଆଦିଲ୍ଲୀ : ଦେଶରେ ଜଣେ ସିରିଏଲ କିଲର ବୁଲୁଛି, ଆଉ ସେ ସବୁ ସରକାରଙ୍କୁ ହତ୍ୟା କରୁଛି। ଆଜି ଦିଲ୍ଲୀ ବିଧାନସଭାରେ ନାଁ ନ ନେଇ ବିଜେପିକୁ ଏପରି ଟାର୍ଗେଟ କରିଛନ୍ତି ଆମ ଆଦମୀ ପାର୍ଟି ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ସିଧାସଳଖ ବିଜେପିରେ ନାଁ ନେଇ ଏଭଳି ତେରେଛା ବାଣ ମାରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ, ଅନେକ ସରକାରଙ୍କୁ ଧ୍ୱଂଶ କରି ସାରିଲାଣି ବିଜେପି । ଏବେ ସେମାନେ ଦିଲ୍ଲୀ ମୁହାଁ ହୋଇଛନ୍ତି।

କେଜ୍ରିୱାଲ ଆହୁରି କହିଛନ୍ତି ଯେ ଆମ ଦେଶର ବୁଲୁଥିବା ସରକାର ସିରିଏଲ କିଲରର ଅପରାଧ ତରିକା ମଧ୍ୟ ସମାନ। ଯାହା ବିଜେପି ଆପଣେଇଛି। ଦିଲ୍ଲୀ ବିଧାନଭସଭାରେ ଆଜି ଉଦବୋଧନ ଦେଉଥିବା ବେଳେ ଏହା କହିଛନ୍ତି କେଜ୍ରିୱାଲ। ନିକଟ ଦିନ ମାନଙ୍କରେ ବିଜେପି ୨୭୭ ଜଣ ବିଧାୟକଙ୍କୁ କିରି ସାରିଲାଣି ବୋଲି କେଜ୍ରିୱାଲ କହିଛନ୍ତି।

ବିଜେପିର ଅପରେଶନ ଲୋଟସ ଚର୍ଚ୍ଚାକୁ ଆସିବା ପରେ ଆପ୍ ପକ୍ଷରୁ ଦିଲ୍ଲୀ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା।ଆପ ଅଭିଯୋଗ କରିଛି ଯେ, ବିଜେପି ୪୦ ଜଣ ବିଧାୟକଙ୍କୁ ଲାଞ୍ଚ ଦେବାକୁ ଉଦ୍ୟମ କରିଥିଲା। ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ଭାଙ୍ଗି ଦେବାକୁ ଯୋଜନା କରିଥିଲା ବିଜେପି। ଦଳ ପରିବର୍ତ୍ତନ ପାଇଁ ବିଧାୟକ ପିଛା ୨୦ କୋଟି ଟଙ୍କା ଯାଚି ଥିଲା ବିଜେପି । ଏହି କିଣାବିକା ପାଇଁ ବିଜେପି ପାଖର ଏତେ ପରିମାଣରେ ଟଙ୍କା ଆସୁଛି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, କରଦାତାଙ୍କ ଅର୍ଥ ୨ଟି କ୍ଷେତ୍ରରେ ଖର୍ଚ୍ଚ କରାଯାଉଛି।ପ୍ରଥମେ ଜିଏସଟିରୁ ଆସୁଥିବା ଅର୍ଥ ବିଧାୟକ କିଣାବିକାରେ ଖର୍ଚ୍ଚ କରାଯାଉଛି। ସେହିପରି ବାକି ଅର୍ଥ ମୋଦି ସରକାରଙ୍କ ବନ୍ଧୁମାନଙ୍କ ଋଣ ଛାଡ଼ କରି ଭରଣା କରାଯାଉଛି।

ଅନ୍ୟପଟେ ଦିଲ୍ଲୀରେ ଅପରେଶନ ଲୋଟସ୍‌ ଚର୍ଚ୍ଚାକୁ ଆସିବା ପରେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବିଧାନସଭାରେ ନିଜ ସରକାର ବିପକ୍ଷରେ ଅନାସ୍ଥା ଭୋଟ୍‌ ଆଣିଛନ୍ତି । ସୋମବାର ଏହି ଭୋଟ ହେବବୋଲି ସୂଚନା ମିଳିଛି। ଏହି ଭୋଟ ମାଧ୍ୟମରେ ନିଜ ଦଳର କୌଣସି ବିଧାୟକ ଦଳ ବଦଳ କରିନଥିବା ସେ ପ୍ରମାଣ କରିବାକୁ ଚାହାନ୍ତି ବୋଲି କେଜ୍ରିୱାଲ କହିଛନ୍ତି ।ଆଜି ଏ ସମ୍ପର୍କରେ ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେଶନରେ ଏହା ଘୋଷଣା କରିଛନ୍ତି କେଜ୍ରିୱାଲ। କେଜ୍ରିୱାଲ ଆହୁରି କହିଛନ୍ତି ଯେ, ବିଧାନସଭାରେ ଅନାସ୍ଥା ଭୋଟ ଅଣାଯିବ। ସେଥିରେ ଦିଲ୍ଲୀବାସୀ କାହାକୁ ଭୋଟ ଦେଇଛନ୍ତି ତାହା ସ୍ପଷ୍ଟ ହୋଇଯିବ।

କେଜ୍ରିୱାଲ ଆହୁରି କହିଛନ୍ତି ଯେ, ବିଜେପିର ଅପରେଶନ ଲୋଟସ ଏବେ ଦିଲ୍ଲୀରେ ଖିଚିଡ଼ି ମୁଡରେ ଅଛି। ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ଥିବାରୁ ବିଜେପି ଆପ ବିରୋଧରେ ସିବିଆଇ ଏବଂ ଇଡି ଲଗାଇ ଦେଇଛି। ସେହପରି ସିବିଆଇ ସିସୋଦିଆଙ୍କ ବିପକ୍ଷରେ ଟଙ୍କାଟିଏର ମଧ୍ୟ ଦୁର୍ନୀତି ଗନ୍ଧ ପାଇବ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି। ସେ ଆହୁରି କହିଛନ୍ତି, ବର୍ତ୍ତମାନ ଦିଲ୍ଲୀ ସରକାରକୁ ହଟାଇବାକୁ ଚେଷ୍ଟା କରୁଛି ବିଜେପି । ସେମାନେ ମଣିପୁର, ଗୋଆ, ମଧ୍ୟପ୍ରଦେଶ, ବିହାର, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ରରେ ସରକାରଙ୍କୁ ହଟାଇ ଦେଇଛନ୍ତି। କିନ୍ତୁ ଦିଲ୍ଲୀରେ ବିଜେପି ନିଜ ଉଦ୍ଦେଶ୍ୟରେ କେବେ ହେଲେ ସଫଳ ହେବେ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି।

Leave A Reply

Your email address will not be published.