ଓସ୍କାର ପୂର୍ବରୁ RRRକୁ ଆଉ ଏକ ସଫଳତା, ହଲିଉଡ୍‌ କ୍ରିଟିକ୍‌ ଆସୋସିଏସନ୍ ଆୱାର୍ଡରେ ଜିତିଲା ୩ ପୁରସ୍କାର

ନୂଆଦିଲ୍ଲୀ : ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲିଙ୍କ ‘ଆରଆରଆର’ ପ୍ରତିଦିନ ନୂଆ ସଫଳତା ହାସଲ କରୁଛି। ଆର୍‌ଆର୍‌ଆ୍‌’ ଚଳଚ୍ଚିତ୍ରର ‘ନାଟୁ ନାଟୁ’ ଗୀତ ଶ୍ରେଷ୍ଠ ମୌଳିକ ଗୀତ ବର୍ଗରେ ହଲିଉଡ୍‌ର ‌ଅନ୍ୟତମ ସମ୍ମାନଜନକ ପୁରସ୍କାର ‘ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍‌’ ବିଜୟୀ ହୋଇଥିବା ବେଳେ ୨୦୨୩ ଓସ୍କାର ରେସ୍‌ରେ ମଧ୍ୟ ରହିଛି। ତେବେ ଏହାରି ମଧ୍ୟରେ ‘ଆରଆରଆର’ ହଲିଉଡ୍‌ କ୍ରିଟିକ୍‌ ଆସୋସିଏସନ୍ ଆୱାର୍ଡରେ ୩ ପୁରସ୍କାର ଜିତିଛି।

ଜୁନିଅର୍ ଏନ୍‌ଟିଆର୍ ଓ ରାମ ଚରଣଙ୍କ ଅଭିନୀତ ଏହି ଗୀତ ଭାରତୀୟ ସିନେମା ପାଇଁ ଗର୍ବ ଆଣିଦେଇଛି। ମାର୍ଚ୍ଚ ୧୨ରେ ହେବାକୁ ଥିବା ଓସ୍କାର ପୂର୍ବରୁ ହଲିଉଡ୍‌ କ୍ରିଟିକ୍‌ ଆସୋସିଏସନ୍ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଜୁନିଅର ଏନଟିଆର ଏବଂ ରାମ ଚରଣ ଷ୍ଟାରର RRR ତିନିଟି ପୁରସ୍କାର ଜିତିଛି। RRR ଶ୍ରେଷ୍ଠ ଆକ୍ସନ୍ ଫିଲ୍ମ, ବେଷ୍ଟ ଷ୍ଟଣ୍ଟସ୍ ଏବଂ ବେଷ୍ଟ ଗୀତ (ନାଟୁ ନାଟୁ) ପାଇଁ ହଲିଉଡ୍‌ କ୍ରିଟିକ୍‌ ଆସୋସିଏସନ୍ ଆୱାର୍ଡ ଜିତିଛି।

ଆର୍‌ଆର୍‌ଆର୍‌’ ହେଉଛି ‘ଦି ଗୋଲ୍ଡେନ୍ ଗ୍ଲୋବ୍‌ସ୍‌’ ପୁରସ୍କାର ଜିତିଥିବା ପ୍ରଥମ ଭାରତୀୟ ଫିଲ୍ମ। ଆର୍‌ଆର୍‌ଆର୍‌ର ନାଟୁ ନାଟୁ ଗୀତ ବର୍ଷ ୨୦୨୨ର ହିଟ୍ ଟ୍ରାକ୍ସ ମଧ୍ୟରୁ ଗୋଟିଏ। ଏହାକୁ ତେଲୁଗୁ ଭର୍ସନରେ ଭେଟେରାନ୍ ମ୍ୟୁଜିକ ଡାଇରେକ୍ଟର ଏମଏମ କିରାୱାଣୀ କମ୍ପୋଜ କରିଛନ୍ତି। କାଳା ଭୌରବା ଓ ରାହୁଲ ସିପ୍ଲିଗୁଞ୍ଜ ଏହାକୁ ଲେଖିଛନ୍ତି। ‘ନାଟୁ ନାଟୁ’ ବେଷ୍ଟ ଅରିଜିନାଲ ଗୀତ କାଟାଗୋରୀରେ ଓସ୍କାର ପାଇଁ ମନୋନୀତ ହୋଇ ଯାଇଛି।

ସୂଚନାଥାଉକି ଆରଆରଆର୍ ଫିଲ୍ମ ସାରା ବିଶ୍ୱରେ ୧୨୦୦ କୋଟିରୁ ଅଧିକ ଟଙ୍କା ଆୟ କରିଥିଲା। ଏହି ଫିଲ୍ମ ୫ଟି ଭାଷା ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ ଏବଂ ହିନ୍ଦୀରେ ମୁକ୍ତିଲାଭ କରିଥିଲା । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି, ରାମ ଚରଣ ଏବଂ ଜୁନିୟର୍‌ ଏନ୍‌. ଟି.ଆର୍‌.। ତାଙ୍କ ସହିତ ଅଭିନୟ କରିଛନ୍ତି ଶ୍ରୀୟା ଶରଣ, ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନଙ୍କ ଭଳି ଅନେକ ଅଭିନେତା ଓ ଅଭିନେତ୍ରୀ।

Leave a comment