ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ICICI ବ୍ୟାଙ୍କରୁ ୧ କୋଟି ୮୫ ଲକ୍ଷ ଟଙ୍କା ଗାଏବ, କର୍ମଚାରୀ ଗିରଫ

ଅନୁଗୋଳ :ଆଇସି .ଆଇସି .ଆଇ ବ୍ୟାଙ୍କରୁ ୧ କୋଟି ୮୫ଲକ୍ଷ ଟଙ୍କା ହଡପ ନେଇ ଥାନାରେ ଅଭିଯୋଗ ହୋଇଛି। ଅଡିଟରେ ହିସାବ ନମିଳିବା ପରେ ଥାନାରେ ଏତଲା ଦେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ଟଙ୍କା ହେରଫେରରେ ସଂପୃକ୍ତି ସନ୍ଦେହରେ ଜଣେ କର୍ମଚାରୀ ଗିରଫ ହୋଇଛନ୍ତି।

ଅନୁଗୋଳ ଜିଲା ଛେଣ୍ଡିପଦାରେ ଥିବା ଆଇସି.ଆଇସି.ଆଇ. ବ୍ୟାଙ୍କରୁ ୧କୋଟି ୮୫ଲକ୍ଷ ଟଙ୍କା ହଡପ ହୋଇଥିବା ନେଇ ବ୍ୟାଙ୍କ କତୃପକ୍ଷ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଗତ ୩ ଦିନ ହେବ ଆଇସି.ଆଇସି.ଆଇ ବ୍ୟାଙ୍କ ଛେଣ୍ଡିପଦା ଶାଖାର ଅଡିଟ ଚାଲିଥିବା ବେଳେ ୧କୋଟି ୮୫ଲକ୍ଷ ୫୦ହଜାର ଟଙ୍କାର ହିସାବ ମିଳି ନଥିଲା । ଏ ନେଇ ଅଡିଟର୍ ବ୍ୟାଙ୍କର ଉଚ୍ଚ‌ପ‍ଦସ୍ଥ ଅଧିକାରୀଙ୍କୁ ଜଣାଇଥିଲ‍େ । ଏ ନେଇ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଅତୁଲ୍ୟ କୁମାର ପାଟ୍ଟଯୋଶୀ ଛେଣ୍ଡିପଦା ଶାଖାକୁ ଆସି ଘଟଣାର ତଦନ୍ତ କରିବା ସହିତ ଛେଣ୍ଡିପଦା ଆଇସି.ଆଇସି .ଆଇ ବ୍ୟାଙ୍କର କର୍ମଚାରୀ ଆକାଶ ଭାରତୀଙ୍କର ସମୃକ୍ତି ଥିବା ନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିବା ସହିତ ସଂମ୍ପୃକ୍ତ କର୍ମଚାରୀଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି । ଏ ନେଇ ଛେଣ୍ଡିପଦା ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କର୍ମଚାରୀ ଜଣକ ବ୍ୟାଙ୍କରେ ଟଙ୍କା ଡିପୋଜିଟ ପାଇଁ ଆସୁଥିବା ଟଙ୍କା ବ୍ୟାଙ୍କରେ ଡିପୋଜିଟ୍ ନକରି ଆତ୍ମସାତ କରିଛନ୍ତି । ତଦନ୍ତ ଚାଲିଛି , ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି।

Leave A Reply

Your email address will not be published.