ଗ୍ରୀଷ୍ମ ପ୍ରବାହ: ଆସନ୍ତାକାଲିଠୁ ରାଜ୍ଯର ସମସ୍ତ ସ୍କୁଲ ୫ଦିନ ଯାଏ ଛୁଟି ଘୋଷଣା
![heat-wave](https://thesakala.in/wp-content/uploads/2022/04/heat-wave-4.jpg)
ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ତାପମାତ୍ରା ଉପରମୁହାଁ ରହିଛି। ଏଭଳି ସ୍ଥିତିରେ ବିଦ୍ଯାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ରାଜ୍ଯର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ କାଲିଠାରୁ ୫ଦିନ ଯାଏଁ ଛୁଟି ଘୋଷଣା କରାଯାଇଛି। ଅର୍ଥାତ ୩୦ ତାରିଖ ଯାଏ ରାଜ୍ଯର ସମସ୍ତ ସ୍କୁଲ ଛୁଟି ରହିବ। ମାଟ୍ରିକ ଓ +୨ ପିଲାଙ୍କ ପରୀକ୍ଷା ଚାଲୁ ରହିବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।