ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିନ୍ନ ଜଣେ ମହିଳା, ୨୩ ବର୍ଷରେ କରିଛନ୍ତି ୨୦,୦୦୦ ଶବ ବ୍ୟବଚ୍ଛେଦ

ସମାଜରେ ଏମିତି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ କୌଣସି ବ୍ୟକ୍ତିର ମୃତ ଶରୀର ବା ଶବକୁ ଦେଖୀ ଭୟଭୀତ ହୋଇଯାଆନ୍ତି। ଅପରପକ୍ଷରେ ବିହାରର ମଞ୍ଜୁ ଦେବୀ ନାମକ ଜଣେ ମହିଳାଙ୍କ ଜୀବନ ଏହି ଶବ ମଧ୍ୟରେ ହିଁ ବିତୁଛି। ଯେଉଁ କାମ କରିବାକୁ ସାଧାରଣତଃ ପୁରୁଷମାନେ ଭୟ କରନ୍ତି, ସେହି କାମକୁ ମଞ୍ଜୁ ସାହସ ଓ ନିର୍ବିକାର ଭାବେ କରି ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ବାସ୍ତବରେ ମଞ୍ଜୁଙ୍କ ଜୀବନ ସଂଘର୍ଷରେ ଭରା। ଖୁବ୍‌ କମ୍‌ ବୟସରୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ମଞ୍ଜୁ। ୨୬ବର୍ଷ ବୟସରେ ସେ ପାଞ୍ଚଟି ପିଲାର ମା’ ହୋଇଯାଇଥିଲେ। କିନ୍ତୁ ଅଚାନକ ସେ ନିଜର ସ୍ବାମୀଙ୍କୁ ସବୁଦିନ ଲାଗି ହରାଇବା ପରେ ଘର ଚଳାଇବା ପାଇଁ ଶବବ୍ୟବଚ୍ଛେଦ ଭଳି କାର୍ଯ୍ୟ କରିବାକୁ ରାଜି ହୋଇଯାଇଥିଲେ।

ଶବ ବ୍ୟବଚ୍ଛେଦ ଚିକିତ୍ସା କ୍ଷେତ୍ରରେ ଏକ ଜରୁରି ପ୍ରକ୍ରିୟା ହୋଇଥିବାବେଳେ କେହି କେହି ଏହି ନାଁ ଶୁଣି ମଧ୍ୟ ଭୟ କରିଯାଆନ୍ତି। ଖାସ୍‌ କରି ମହିଳା ଏକ୍ଷେତ୍ରରେ କାମ କରିବାକୁ ଆଦୌ ମନ ବଳାନ୍ତି ନାହିଁ। କିନ୍ତୁ ମଞ୍ଜୁ ମନର ଭୟ ଓ ଲୋକଙ୍କର ତାଙ୍କ ପ୍ରତି ଘୃଣାଭାବକୁ ଅଣଦେଖା କରି ନିଜର ପିଲାଙ୍କୁ ପାଳିବା ପାଇଁ ଏହି ଚାକିରି କରିବାକୁ ବାଛିନେଇଥିଲେ। ମଞ୍ଜୁ କୁହନ୍ତି, ସେ ୨୩ ବର୍ଷରେ ୨୦,୦୦୦ ଶବ ବ୍ୟବଚ୍ଛେଦ କରିଛନ୍ତି। ତନ୍ମଧ୍ୟରୁ ତିନିଟି ଶବ ବ୍ୟବଚ୍ଛେଦକୁ ସେ ଆଜି ପର୍ଯ୍ୟନ୍ତ ଭୁଲିପାରିନାହାନ୍ତି। ଚାକିରିର ପ୍ରଥମ ଦିନରେ ଜଣେ ଯୁବକଙ୍କ ମୃତ ଶରୀରର ଯାଞ୍ଚ ପାଇଁ ଯେତେବେଳେ ଖପୁରିକୁ କାଢ଼ିବା ପାଇଁ ତାଙ୍କୁ କୁହାଯାଇଥିଲା। ଦ୍ବିତୀୟରେ ଜଣେ ଗୁଣ୍ଡା ବ୍ୟକ୍ତିଙ୍କର ଶବ ବ୍ୟବଚ୍ଛେଦ କରୁଥିବାବେଳେ ତାଙ୍କର ସାଥୀମାନେ ଶବଗୃହ ସାମ୍ନାରେ ଆତଙ୍କ ଖେଳାଇବା ଘଟଣା ଏବଂ ତୃତୀୟରେ ଜଣେ ଯୁବକଙ୍କ ଶରୀର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ଦୃଶ୍ୟ।

ଯଦିଓ ଚାକିରିର ପ୍ରଥମ ଅନୁଭୂତି ଭୟଙ୍କର ଥିଲା, ତଥାପି ଡାକ୍ତରଙ୍କ ନିର୍ଦ୍ଦେଶ ଅନୁସାରେ ସେ ମୃତଯୁବକଙ୍କ ମୁଣ୍ଡ ଏବଂ ଶରୀରକୁ ଖୋଲି ଥିଲେ। ସେଦିନ ସେ ନା ଶୋଇ ପାରିଥିଲେ ନା ଖାଇପାରିଥିଲେ। ସମ୍ପୂର୍ଣ୍ଣ ଦିନଟି ସେ ବିଚଳିତ ଅବସ୍ଥାରେ ବିତାଇଥିଲେ। ସେଦିନର ସେଇ ଯୁବତୀ ଆଜି ଏ କ୍ଷେତ୍ରରେ ବେଶ୍‌ ପାରଙ୍ଗମ ହୋଇପାରିଛନ୍ତି। ଅନେକ ସଂଘର୍ଷ ଭିତରେ ସେ ନିଜ ପାଞ୍ଚ ପିଲାଙ୍କୁ ପଢ଼ାଇ ମଣିଷ କରିବାରେ ଆଦୌ ଅବହେଳା କରିନଥିଲେ। ବର୍ତ୍ତମାନ ମଞ୍ଜୁଙ୍କ ଜଣେ ଝିଅ ସଙ୍ଗୀତରେ ପୋଷ୍ଟଗ୍ରାଜୁଏଟ୍‌ କରିବା ସହ ଏକ ସଙ୍ଗୀତକେନ୍ଦ୍ର ଚଳାଉଛନ୍ତି। ଏମିତିକି ତାଙ୍କ ଅନ୍ୟ ଝିଅମାନେ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ କରୁଛନ୍ତି। ଏନେଇ ମଞ୍ଜୁଙ୍କ ପୁଅ ଝିଅ କୁହନ୍ତି, ମା’ ଆମକୁ ମଣିଷ କରିବାକୁ ବହୁ କଷ୍ଟ ସହିଛନ୍ତି। ଆମେ ତାଙ୍କ ପାଇଁ ଗର୍ବ କରୁଛୁ।

Leave A Reply

Your email address will not be published.