ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୦୧-୦୫ -୨୦୨୧ )

ମେଷ:କେତେକ ବିଷୟକୁ ନେଇ ବିଚଳିତ ରହିବେ। ସାଂସାରିକ ଅବହେଳା ରହିବ। ମହିଳାମାନେ ବ୍ରତାଦି ଉପବାସ କରି ସ୍ବାସ୍ଥ୍ୟ ସମସ୍ୟାରେ ପଡିପାରନ୍ତି। ବାଣିଜ୍ୟ ମନ୍ଥର ରହିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ବୃଷ:କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ରହିବ। ସାଂସାରିକ ଆର୍ଥିକ କ୍ଷତି ଓ ଅଶାନ୍ତି ରହିବ। ରାଜନୀତିରେ ବିରୋଧୀ ରହିବେ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ମିଥୁନ:ଦିନଟି ସୁଖସମ୍ମାନ ପାଇବେ। ମହିଳାମାନେ ଆଦରଣୀୟା ହେବେ। ରାଜନୀତିରେ ସୁନାମ ପାଇବେ। ବାଣିଜ୍ୟରେ ସଞ୍ଚୟ ହେବ।
ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

କର୍କଟ:କର୍ମକ୍ଷେତ୍ରରେ ଚଳଚଞ୍ଚଳ ରହିବେ। ରାଜନୀତିରେ ଶତ୍ରୁଜୟୀ ହେବେ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ଏଥିସହିତ ପଢ଼ନ୍ତୁ

ସିଂହ:ସବୁ କ୍ଷେତ୍ରରେ ଅସହଯୋଗ ରହିବ। ମହିଳାମାନେ ହତାଦର ହେବେ। ରାଜନୀତିରେ ସମସ୍ୟା ରହିବ। ବାଣିଜ୍ୟ ମାନ୍ଦା ରହିବ।
ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

କନ୍ୟା:ବିଭିନ୍ନ ଉପାୟରେ ଆୟ ହେବ। ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। ରାଜନୀତିରେ ଜନସମ୍ପର୍କ ବୃଦ୍ଧି ହେବ।
ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ଅଧିକ ପଢନ୍ତୁ

ତୁଳା:କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ। ରାଜନୀତିରେ ବ୍ୟସ୍ତବିବ୍ରତ ରହିବେ। ବାଣିଜ୍ୟରେ ଚିନ୍ତାଜନକ ରହିବ।
ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ବିଛା:ଆର୍ଥିକ ସମସ୍ୟା ରହିବ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ମହିଳାମାନେ ଉଦାସ ରହିବେ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ଧନୁ:ଶ୍ରୀଚନ୍ଦ୍ର କାରଣରୁ ହର୍ଷୋଲ୍ଲାସ ଭିତରେ କଟିବ। ଅତିଥିଙ୍କ ଆଗମନ ହୋଇପାରେ । ଶିଳ୍ପ, ପରିବହନ ଓ ବାଣିଜ୍ୟରେ ଶୁଭ ହେବ।
ଶୁଭ ଅଙ୍କ-୧,ଶୁଭ ରଙ୍ଗ-ଗୋଲାପି

ମକର:ବହୁ ଚେଷ୍ଟା କରି ସଫଳ ହେବେ। ମହିଳାମାନେ ପରିଶ୍ରମୀ ହେବେ। ଚାକିରିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ସ୍ବଳ୍ପ ଲାଭ ହେବ।
ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

କୁମ୍ଭ:କିଛିଟା ଉତ୍ତେଜନା ଭିତ୍ତିରେ କାର୍ଯ୍ୟ ସମ୍ପାଦନ କରିବେ। ଶିଳ୍ପ ଓ ବାଣିଜ୍ୟରେ ପୁଞ୍ଜିନିବେଶ କରି ସଫଳ ହେବେ।
ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ

ମୀନ:କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ଚାକିରିରେ ଧନସମ୍ମାନ ପାଇବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ଆୟବୃଦ୍ଧି ହେବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

Leave A Reply

Your email address will not be published.